୧୫ ଦିନରେ ବାଲିପାଟଣା ପଂଚାୟତ ପ୍ରତିନିଧିଙ୍କ ଧାରଣା

Published By : Prameya-News7 Bureau | September 30, 2018 IST

ବାଲିପାଟଣା ୩୦/୯: ୧୫ ଦିନରେ ପହଂଚିଛି ପଂଚାୟତ ପ୍ରତିନିଧିଙ୍କ ଧାରଣା | ବାଲିପାଟଣା ପଂଚାୟତ ସମିତିରେ ବିଭିନ୍ନ ଅନିୟମିତତା ତଥା ବାଲିପାଟଣା ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ କରି ୧୫ ଦିନ ହେଲା ଅହରାତ୍ର ଧାରଣା ଦେଇଛନ୍ତି ସରପଂଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର | ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା | ଯାହାଫଳରେ ବାଲିପାଟଣା ବ୍ଲକ ସ୍ୱାଭାବିକ ହୋଇପାରୁନାହିଁ | ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା | ବିଜୁ ପକ୍କା ଘର, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ମୋ କୁଡ଼ିଆ ଆଦି ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷା | ଜନପ୍ରତିନିଧିଙ୍କୁ ଅଣଦେଖା କରି ବ୍ଲକରେ ଏକ ପ୍ରକାର ଅଫିସର ରାଜ ଚଳାଉଥିବା ଅଭିଯୋଗ ହୋଇଛି | ତୁରନ୍ତ ବିଡ଼ିଓଙ୍କ ବଦଳି ଦାବି କରିଛନ୍ତି ଆନ୍ଦୋଳନକାରୀ ଓ ବ୍ଲକ ଅଧ୍ୟକ୍ଷା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.