ବାଲିପାଟଣାରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣା ; ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ବାଲିପାଟଣା ପୋଲିସର ଅନୁଧ୍ୟାନ

Published By : Prameya-News7 Bureau | November 06, 2018 IST

ବାଲିପାଟଣା ୬|୧୧:  ଭୁବନେଶ୍ବର ଉପକଣ୍ଠ ବାଲିପାଟଣାରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିଛି ସାଇଣ୍ଟିଫିକ ଟିମ୍ ଓ ବାଲିପାଟଣା ପୋଲିସ । କେଉଁ ପରିସ୍ଥିତିରେ ଏପରି ଭୟଙ୍କର ବାଣ ବିସ୍ଫୋରଣ ହେଲା ସେସବୁ ଅନୁଧ୍ୟାନ କରିଛି ଟିମ୍ । ବମ୍ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ଦ୍ବାରା ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.