ରିଲ ଲାଇଫର ସଂସ୍କାରୀ ବୋହୂ ରିୟଲ ଲାଇଫରେ ଅତ୍ୟନ୍ତ ଗ୍ଲାମରସ୍ : ଜାଣନ୍ତୁ କିଏ
12/06/2019 at 2:01 PM

ମୁମ୍ବାଇ ୧୨/୬: ଟିଭି ଅଭିନେତ୍ରୀ ବିଭା ଆନନ୍ଦ ‘ବାଲିକା ବଧୂ’ ଶୋରୁ ନିଜର ଡେବ୍ୟୁ କରିଥିଲେ। ଏହି ଶୋ ତାଙ୍କ ପାଇଁ ପ୍ରସିଦ୍ଧି ଆଣିଥିଲା। ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା। ଏହି ଶୋ ଦ୍ବାରା ସେ ଘରେ ଘରେ ପରିଚିତ ହେଲେ। ତାଙ୍କର ସିମ୍ପଲ ଏବଂ ସ୍ବିଟ୍ କ୍ୟାରେକ୍ଟର ସୁଗଣା ଲୋକଙ୍କ ହୃଦୟ ଜିତିଥିଲା। ବିଭା ଅଧିକାଂଶ ଟିଭି ଶୋରେ ସଂସ୍କାରୀ ବୋହୂ ଭୂମିକାରେ ନଜର ଆସନ୍ତି। କିନ୍ତୁ ସେ ରିୟଲ ଲାଇଫରେ ଅତ୍ୟନ୍ତ ଗ୍ଲାମରସ୍ ଅଟନ୍ତି।

ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ବୋଲ୍ଡ.,କ୍ଲାସି ଏବଂ ଷ୍ଟନିଙ୍ଗ ଫଟୋରେ ଭରି ରହିଛି। ରିୟଲ ଲାଇଫରେ ସେ ଅତ୍ୟନ୍ତ ଗ୍ଲାମରସ୍। ତାଙ୍କ ଫଟୋକୁ ମଧ୍ୟ ଖୁବ୍ ପସନ୍ଦ କରାଯାଏ।

ବିଭାଙ୍କୁ ତାଙ୍କ ଲୁକସ ସହ ଏକ୍ସପେରିମେଣ୍ଟ କରିବାକୁ ବହୁତ ଭଲ ଲାଗେ। ସେ ହେୟାରଡୋ ଦ୍ବାରା ଭିନ୍ନ ଭିନ୍ନ ମେକଅପ ଟେକ୍ନିକସ ବ୍ୟବହାର କରନ୍ତି। ତାଙ୍କ ଫଟୋ ଏହି କଥାର ଜ୍ବଳନ୍ତ ପ୍ରମାଣ।

୨୦୧୪ମସିହାରେ ବିଭା ନିଜର ବ୍ରେକଅପ୍ ବିଷୟରେ ଖୋଲି କହିଥିଲେ। ବିଭା କହିଥିଲେ ଯେ ସେ ଜୀବନରେ ଆଗେଇ ଯାଇଛନ୍ତି। ସେ ଅଭିନେତା ରୋହିତ ପୁରୋହିତଙ୍କ ସହ ରିଲେସନରେ ଥିଲେ।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଏବେ ଏହା ତାଙ୍କର ଅତୀତର ଏକ ଅଂଶ। ସେ ଏଥିରୁ ବାହାରି ଆସିଛନ୍ତି। ଏହି ସବୁରେ ତାଙ୍କୁ କୈାଣସି ଫରକ ପଡ଼େ ନାହିଁ। ଏବେ ସେ ନିଜ ଜୀବନରେ ଭଲ ଜିନିଷ ଦେଖୁଛନ୍ତି। ଯାହା ହୋଇଥାଏ ଭଲ ପାଇଁ ହୋଇଥାଏ।

ବିଭା ଆନନ୍ଦ ‘ବାଲିକା ବଧୂ’ ପରେ ‘ଲାଲ ଇଶ୍କ’,‘କୈସି ୟେ ୟାରିୟାଁ’,କୈରୀ: ରିସ୍ତା ଖଟ୍ଟା-ମିଠା’,‘ଶ୍ରୀ’,‘ସୁଖ ବାୟ ଚାନ୍ସ’,‘ସଂସ୍କାର ଲକ୍ଷ୍ମୀ’,‘ୟେ ହେ ଆଶିକୀ’ ଏବଂ ‘ବେଗୁସରାଇ’ ଭଳି ଶୋରେ ନଜର ଆସିଛନ୍ତି।
