Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

୧୧ବର୍ଷ ପରେ କେତେ ବଦଳି ଯାଇଛନ୍ତି ବାଳିକା ବଧୂ : ଫଟୋ ଦେଖି ଧୋକା ଖାଇଯିବେ ଆପଣ

4/07/2019 at 5:12 PM

ମୁମ୍ବାଇ ୪/୭: ‘ବାଳିକା ବଧୂ ଧାରାବାହିକରୁ ଘରେ ଘରେ ପରିଚିତ ହୋଇଥିବା ଆନନ୍ଦୀଙ୍କୁ କିଏ ବା ନ ଜାଣେ। ଏହି ଧାରାବାହିକରେ ଆନନ୍ଦୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିକା ଗୈାର ନିଜର ଚୁଲବୁଲି ଅନ୍ଦାଜ ଏବଂ ନିରୀହ ପ୍ରଶ୍ନରେ ଲୋକଙ୍କ ମନରେ ନିଜ ପାଇଁ ଖାସ୍ ପରିଚୟ ସୃଷ୍ଟି କରିଥିଲେ। ଅଭିକା ନିକଟରେ ନିଜର ୨୨ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନରେ ଅଭିକା ବାରଣାସୀରେ କେକ୍ କାଟିଥିଲେ। ସେଠାରେ ସେ ତାଙ୍କର ଫିଲ୍ମର ସୁଟିଂ କରୁଥିଲେ। ୧୧ବର୍ଷ ବୟସରେ ଅବିକା ଅନେକ ଧାରାବାହିକ ଏବଂ ରିୟଲିଟି ଶୋ କରିଥିଲେ। ଏମିତିକି ତାଙ୍କ ଲୁକରେ ଅନେକ ପରିବର୍ତ୍ତନ ଆସିଥିଲା।

ଆନନ୍ଦୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିକା ୨୦୦୮ମସିହାରେ ‘ବାଳିକା ବଧୂ’ ଧାରାବାହିକରୁ ଟେଲିଭିଜନରେ ପାଦ ଥାପିଥିଲେ। ଏହି ଧାରାବାହିକ ଅବିକାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ଏହି ଧାରାବାହିକରେ ଅଭିକା ରାଜସ୍ଥାନୀ ପରିଧାନରେ ନଜର ଆସିଥିଲେ। ଏହା ସହିତ ତାଙ୍କର ଭାଷା ମଧ୍ୟ ରାଜସ୍ଥାନୀ ଥିଲା। ଏହି ଭୂମିକାରେ ନିଖୁଣ ଅଭିନୟ କରିବା ପାଇଁ ଅଭିକା ନିଜକୁ ଏଥିରେ ପୂରାପୁରି ନିମଜ୍ଜିତ କରିଥିଲେ।

ଏହାପରେ ଅଭିକା ‘ରାଜକୁମାର ଆର୍ଯ୍ୟନ’ ଧାରାବାହିକରେ ନଜର ଆସିଥିଲେ। ଏଥିରେ ଅଭିକା ରାଜକୁମାରୀ ଭୈରବୀଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିଲେ। ‘ବାଳିକା ବଧୂ’ ପରେ ଅଭିକାଙ୍କ ‘ଶଶୁରାଲ ସିମର କା’ ଚର୍ଚ୍ଚାରେ ଥିଲା। ଏହି ଧାରାବାହିକରେ ଅଭିକା ଜଣେ ବିବାହିତା ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ।

‘ଶଶୁରାଲ ସିମର କା’ ଧାରାବାହିକ ସମୟରେ ଅଭିକାଙ୍କ ବୟସ ବହୁତ କମ୍ ଥିଲା। କମ୍ ବୟସରେ ଅଭିକାଙ୍କୁ ବିବାହିତା ସ୍ତ୍ରୀ ଭୂମିକାରେ ଅଭିନୟ କରିବାକୁ ନେଇ ତାଙ୍କୁ ଅନେକ ଆଲୋଚନାର ସାମନା କରିବାକୁ ପଡ଼ିଥିଲା। ଏହି ଭୂମିକାରେ ଅଭିକାଙ୍କ ଲୋକପ୍ରିୟତାର ଗ୍ରାଫ ମଧ୍ୟ ଉପରକୁ ପହଞ୍ଚିଥିଲା। ଏହି ଧାରାବାହିକରେ ଅଭିକା ‘ବାଳିକା ବଧୂ’ଠାରୁ ସମ୍ପୂର୍ଣ୍ଣ ଅଲଗା ଲୁକରେ ନଜର ଆସିଥିଲେ।

ଏହି ଧାରାବାହିକରେ ସେ ଅଭିକା ଶାଢ଼ୀ ସହ ମଥାରେ ସିନ୍ଦୂର ଏବଂ ମଙ୍ଗଳସୂତ୍ର ପିନ୍ଧିଥିବା ନଜର ଆସିଥିଲେ। ଅଭିକାଙ୍କ ଏହି ଲୁକକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା।

‘ଶଶୁରାଲ ସିମର କା’ ପରେ ଅଭିକା ଅନେକ ଗୁଡ଼ିଏ ରିୟଲିଟି ଶୋ କରିଥିଲେ। ଅଭିକା ‘ବକ୍ସ କ୍ରିକେଟ ଲିଗ୍ ସିଜନ୨’ ଏବଂ ‘ଫିୟର ଫ୍ୟାକ୍ଟର: ଖତରୋଁ କେ ଖିଲାଡ଼ି ସିଜନ ୮’ ମଧ୍ୟ କରିଥିଲେ। ଅଭିକା ସୋଶିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି।

   Related Posts