ଆସନ୍ତା ୧୨ତାରିଖରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା, ଆରମ୍ଭ ହୋଇଛି ପ୍ରସ୍ତୁତି

Published By : Prameya-News7 Bureau | October 15, 2019 IST

କଟକ ୧୫।୧୦: ଆସନ୍ତା ମାସ ୧୨ ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସେଥିପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ୪୩ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେବ । ତେବେ ବାଲିଯାତ୍ରାରେ ପରିମଳ ଓ ପଲିଥିନ୍ ମୁକ୍ତ ବାଲିଯାତ୍ରା କରିବା ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ସେପଟେ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

{"id":170430}

କଟକର ଐତିହାସିକ ବାଲିଯାତ୍ରାକୁ ଆଉ ମାସେ ମଧ୍ୟ ନାହିଁ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନ ସମେତ, ସିଏମସି, ବିଦ୍ୟୁତ ବିଭାଗ, ଅଗ୍ନିଶମ, ବିଭାଗ, ପିଏଚଡି, କମିଶନରେଟ୍ ପୋଲିସ ବୈଠକରେ ଯୋଗ ଦେଇଥିଲେ । ଚଳିତ ବର୍ଷ ପ୍ରାୟ ୪୩ ଏକର ସ୍ଥାନରେ ଅନୁଷ୍ଠିତ ହେବ ବାଲିଯାତ୍ରା । ଆସନ୍ତା ମାସ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବାଲିଯାତ୍ରା ୧୯ ତାରିଖରେ ଶେଷ ହେବ । ଗତ ବର୍ଷ ବାଲିଯାତ୍ରାରେ ଷ୍ଟଲ ଆବଣ୍ଟନକୁ ନେଇ ଦେଖା ଦେଇଥିଲା ବ୍ୟାପକ ଅନିୟମିତତା । ତେଣୁ ଚଳିତ ବର୍ଷ ବଡ ଷ୍ଟଲ ମାନଙ୍କ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ଷ୍ଟଲ୍ ବୁକିଂ କାଉଣ୍ଟର ଖୋଲାଯିବ ସେହିଭଳି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଗଡଗଡିଆ ମନ୍ଦିର ପରିସରରେ ବୁକିଂ କାଉଣ୍ଟର ଖୋଲାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏଥିସହ ବାଲିଯାତ୍ରାକୁ ପଲିଥିନ୍ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରାଖାଯାଇଥିବା କହିଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ।

{"id":170431}

ସେପଟେ ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡିଆର ସଫେଇ କାର୍ଯ୍ୟ ଆରମ୍ଭ ହେବା ସହ ବିଦ୍ୟୁତ ତାର ଟଣା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଚଳିତ ବର୍ଷ ଅଧିକ ପାର୍କିଂ ବ୍ୟବସ୍ଥା କିରିବା ସହ ବାଲିଯାତ୍ରା ପଡିଆକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଧିକ ରାସ୍ତା ତିଆରି କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ବାଲିଯାତ୍ରା ସମୟରେ ସଫେଇ ଓ ପରିମଳ ବ୍ୟବସ୍ଥା ପାଇଁ ଏକ ଟେଣ୍ଡର କରାଯିବା ସହ ବାଲିଯାତ୍ରା ସମୟରେ ଦିନକୁ ଦୁଇଥର ସଫେଇ କାର୍ଯ୍ୟ କରାଯିବ ବୋଲି ସିଏମସି କମିଶନର କହିଛନ୍ତି ।

ଚଳିତ ବର୍ଷ ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ଆର୍କିଟେକ୍ ଇଞ୍ଜିନିୟର ଙ୍କ ସହାୟତାରେ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରାଯିବା ପରେ ପ୍ଲଟ୍ ପାଇଁ ଦର ଧାର୍ଯ୍ୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.