ବାଲିଯାତ୍ରା ପଡିଆରେ ପଡିଛି ମୃତଦେହ, ବାଲି ଖୋଳିଲେ ଫିଟିବ ରହସ୍ୟ

Published By : Prameya-News7 Bureau | July 22, 2021 IST

ଭୁବନେଶ୍ୱର ୨୨।୦୭:  ରାଜଧାନୀ ଉପକଣ୍ଠ କୁଆଖାଇ ନଦୀପଠାରୁ ମିଳିଛି ମୃତଦେହ। ଭୁବନେଶ୍ବର ଉପକଣ୍ଠ ବରୀମୁଣ୍ଡ ବାଲିଯାତ୍ରା ପଡ଼ିଆରେ ମୃତଦେହ ପୋତି ହୋଇଥିବା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପରେ ମଞ୍ଚେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତଦେହକୁ କିଏ ହତ୍ୟା କରି ପୋତି ଦେଇଥିବା ସନ୍ଦେହ ହୋଇଛି। ମୃତଦେହର ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ସ୍ପେସିଆଲ ସ୍କ୍ବାର୍ଡ, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାତି ହୋଇଥିବାରୁ ମୃତଦେହ ବାହାର କରାଯାଇନାହିଁ। ସକାଳୁ ବାଲି ଖୋଳି ମୃତଦେହ ବାହାର କରାଯିବା ପରେ, ପୁରୁଷ ନାଁ ମହିଳା ସେନେଇ ସ୍ପଷ୍ଟ ହେବ।

ଏନେଇ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ସେହିପରି ସ୍ଥାନୀୟ ଜଣେ ବ୍ୟକ୍ତି ମଧ୍ୟ ୪ ଦିନ ହେଲା ନିଖୋଜ ଅଛନ୍ତି । ଏହା ତାଙ୍କର ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.