ଚଳିତ ବର୍ଷ ହେବ ନାହିଁ ବାଲିଯାତ୍ରା, କୋଭିଡ୍‌ କଟକଣା କାରଣରୁ ବାତିଲ୍‌

Published By : Prameya-News7 Bureau | November 09, 2021 IST

କଟକ, ୦୯/୧୧: ଚଳିତ ବର୍ଷ ହେବ ନାହିଁ ବାଲିଯାତ୍ରା । କୋଭିଡ୍‌ କଟକଣା କାରଣରୁ ବାଲି ଯାତ୍ରାର ଆୟୋଜନ କରିଯିବ ନାହିଁ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ସୂଚନା ଦେଇଛନ୍ତି ।

ସୂଚନା ଥାଉକି, କରୋନା କାରଣରୁ ଗତ ବର୍ଷ ମଧ୍ୟ ବାଲିଯାତ୍ରାକୁ ବାତିଲ୍‌ କରାଯାଇଥିଲା । ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲି ଯାତ୍ରାର ଆୟୋଜନ କରାଯାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.