ବାଲିଗୁଡା ପୁଇଗୁଡା ଘାଟୀରେ ଟ୍ରକ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 22, 2019 IST

ଫୁଲବାଣୀ ୨୨/୧: କନ୍ଧମାଳ  ଜିଲ୍ଲା ବାଲିଗୁଡ଼ା ପୁଇଗୁଡ଼ା ଘାଟିରେ ୪୦୭ ଯାତ୍ରୀବାହୀ ଟ୍ରକ୍ ଓଲଟି ୧୨ଜଣଙ୍କ ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ରାହ୍ମଣୀଗାଁ ହସପିଟାଲରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି । ୫ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":76833}

ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ତେବେ ବ୍ରାହ୍ମଣୀଗାଁ ଡାକ୍ତରଖାନା ପହଞ୍ଚିଥିବା  ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅପରପକ୍ଷରେ ଘଟଣାର ତଦନ୍ତ କରିବା ପାଇଁ ପରିବହନମନ୍ତ୍ରୀ ନୃସିଂହ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":76834}

ଆଜି ସକାଳେ ପ୍ରବଳ କୁହୁଡି ହୋଇଥିଲା । ଏଥି ସହିତ ଯାତ୍ରୀଙ୍କୁ ନେଇ ଗୋଦାପୁରରୁ ବ୍ରାହ୍ମଣୀ ଗାଁ ଯାଉଥିବା ଟ୍ରକଟି ଦୃତ ବେଗରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘାଟି ଉପରୁ ପ୍ରାୟ ୩୦ ଫୁଟ ତଳକୁ ଟ୍ରକଟି ଖସିପଡିଥିଲା ।  

{"id":76835}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.