Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବଦଳିଲେ ବାଲିଗୁଡା ଏସଡିପିଓ : ନୂଆ ଦାୟିତ୍ୱ ନେଲେ ଆଇପିଏସ ରାଘବେନ୍ଦ୍ର

14/11/2021 at 12:38 PM

ବାଲିଗୁଡା, ୧୪|୧୧: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏସଡିପିଓ କାର୍ଯ୍ୟାଳୟ ପରିସରରେ ବିଦାୟ ଓ ସ୍ୱାଗତକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀଙ୍କୁ କୋରାପୁଟ ସହରକୁ ଏସଡିପିଓ ଭାବେ ବଦଳି ପରେ ନୂତନ ଭାବେ ୨୦୧୯ ବ୍ୟାଚର ଆଇପିଏସ ଅଫିସର ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କାର୍ଯ୍ୟରେ ଯୋଗଦେଇଛନ୍ତି l

ପୂର୍ବତନ ଏସଡିପିଓ ମନୋଜ ପୂଜାରୀ ବାଲିଗୁଡାରେ ଡିଏସପି ଦାୟିତ୍ୱରେ କିଛି ଦିନ ରହିବା ପରେ ଆଇଆଇସି ପଦବୀରେ କାର୍ଯ୍ୟଭାର ତୁଲାଇଥିଲେ ।  ତାଙ୍କ କାର୍ଯ୍ୟକାଳ ସମୟରେ ଗଞ୍ଜେଇ ମିଶନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା l ବାଲିଗୁଡା ଉପଖଣ୍ଡରୁ ବେଆଇନ ଗଞ୍ଜେଇ ଚାଷଓ ବ୍ୟବସାୟକୁ ସମୂଳେ ଧ୍ୱଂସ ପାଇଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ l ଶହେରୁ ଉର୍ଦ୍ଧ୍ୱ ଗଞ୍ଜେଇ ମାଫିଆଙ୍କୁ ଧରି ଜେଲରେ ପୁରାଇଥିଲେ । ତା ଛଡା ଆଇନଶୃଙ୍ଖଳା ସମସ୍ୟାର ସୁଧାର ଆଣିଥିଲେ ଓ ଯେ କୌଣସି ପ୍ରସଙ୍ଗକୁ ସମାଧାନ କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେଉଥିଲେ ।

କରୋନା ସମୟରେ ଦିନ ରାତି ସେ ଲୋକଙ୍କ ସେବା କରୁଥିଲେ l ବିଦାୟ ଓ ସ୍ୱାଗତକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବାଲିଗୁଡା ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ଆଇନଜୀବି ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗଦେଇ ପୂର୍ଵତନ ଏସଡିପିଓଙ୍କୁ ବିଦାୟ ଦେଇତିଲେ ।  ଏହାସହ ନୂତନ ଏସଡିପିଓ ଆଇପିଏସ ଜି ଆର ରାଘବେନ୍ଦ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ସେ ବାଲିଗୁଡା ଉପଖଣ୍ଡରେ ଚାଲିଥିବା ମାଓବାଦୀ କାର୍ଯ୍ୟକଳାପ, ମାନବ ଚାଲାଣ ବାଲ୍ୟବିବାହ ଓ ନାବାଳିକା ଅପହରଣ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାମ କରିବେ ବୋଲି କହିଥିଲେ ।

   Related Posts