Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଲାଞ୍ଚ ଅଭିଯୋଗରେ ଗିରଫ ହେଲେ ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର, ଜମି କିସମ ବଦଳାଇବାକୁ ନେଉଥିଲେ ଲକ୍ଷେ ୨୦ ହଜାର ଟଙ୍କା

4/06/2020 at 1:13 PM

ବାଲିପାଟଣା ୪।୬: ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର । ଲାଞ୍ଚ ନେବା ଅଭିଯୋଗରେ ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ତହସିଲଦାରଙ୍କ ସମେତ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଡାଟା ଏଣ୍ଟ୍ରି ଅପରେଟର ଜଣଙ୍କ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ ।

ଭୁବନେଶ୍ଵରର କୈଳାସ ରଥଙ୍କ ଜମିର କିସମ ବଦଳାଇବା ପାଇଁ କେସ୍ ନମ୍ବର ୨୦୩/୨୦୨୦ ରେ ବାଲିଅନ୍ତା ତହସିଲଦାର ଟଙ୍କା ଡିମାଣ୍ଡ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ଵର କହିଛନ୍ତି । ଫଳରେ ତହସିଲ ଅଫିସ୍ ନିକଟରୁ କୈଳାସଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ନେଇଥିଲେ ।

ଖବର ପାଇ ପୂର୍ବ ଯୋଜନା ଅନୁଯାୟୀ ତହସିଲ କାର୍ଯ୍ୟାଳୟ ନିକଟର ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ଧରିଥିଲେ । ଏହାପରେ ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କର ବାଲିଅନ୍ତାରେ ଥିବା ଏକ ଆପାର୍ଟମେଣ୍ଟର ଭଡା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।

   Related Posts