ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଟ୍ରେନରେ କଟିଗଲେ ମହିଳା

Published By : Prameya-News7 Bureau | January 07, 2019 IST

ବଲିୟା ୭/୧: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ଜଣେ ମାଆ ତା’ର ନିଜ  ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ଏହା ପରେ ଟ୍ରେନ୍ ଆଗରେ ଡେଇଁ ଆତ୍ମହତ୍ୟା କରିଛି। ଘଟଣାସ୍ଥଳରେ ପୋଲିସ୍ ଅଧିକାରୀ ଆସି ପହଞ୍ଚିଛନ୍ତି। ପୋଲିସ୍ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ବଲିୟାର ବାସିନ୍ଦା ରାମ ଅବତାର ପାଶଓ୍ବାନ ଭଦୋହୀରେ ସେତୁ ନିଗମରେ କାର୍ଯ୍ୟରତ ଥିଲେ। ୨ମାସ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଏକମାତ୍ର ପୁଅ ଦିନେଶ ପାଶଓ୍ବାନ ଚାକିରୀ ପାଇଁ କାଗଜପତ୍ର ଜମା କରିବା ନିମନ୍ତେ  ଶନିବାର ଭଦୋହୀ ଯାଇଥିଲେ। ତାଙ୍କ ମାଆ ସୁରସନ୍ତିଆ ଦେବୀ ପତ୍ନୀ ପିଙ୍କି ଏବଂ ଦୁଇ ପିଲାଙ୍କ ସହ ଘରେ ଥିଲେ।

ସେହିଦିନ ବିଳମ୍ବିତ ରାତିରେ ପିଙ୍କି ୫ବର୍ଷର ପୁଅ ବିନ୍ଧ୍ୟାଞ୍ଚଲ ଏବଂ ୩ବର୍ଷର ପୁଅ କଲ୍ଲୁଙ୍କୁ ହତ୍ୟା କରିଥିଲେ। ଏହା ପରେ ୨କିଲୋମିଟର ଦୂରରେ ଗଢ଼ିଆ ରେଲଓ୍ବେ କ୍ରସିଙ୍ଗରେ ସୁରତ ମୁଜାଫରପୁର ଏକ୍ସପ୍ରେସ୍ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲେ।

ପୋଲିସକୁ ପିଙ୍କିର ମୋବାଇଲ୍ ମିଳିଥିଲା। ବୋହୂ ଏବଂ ଦୁଇ ନାତିଙ୍କ ମୃତ୍ୟୁରେ ଘରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

ପୋଲିସଙ୍କ କହିବା ଅନୁସାରେ ଏହି ଘଟଣାର ମୁଖ୍ୟ କାରଣ ପାରିବାରିକ ବିବାଦ । ଏନେଇ ତଦନ୍ତ ଜାରି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.