ଭୁବନେଶ୍ବର ବାଲିଯାତ୍ରା ପାଇଁ ଚଳଚଞ୍ଚଳ କୂଆଖାଇ ନଦୀ ପଠା

Published By : Prameya-News7 Bureau | November 19, 2018 IST

ଭୁବନେଶ୍ବର ୧୯|୧୧ : ଭୁବନେଶ୍ବର ବାଲିଯାତ୍ରା ପାଇଁ ଚଳଚଞ୍ଚଳ କୂଆଖାଇ ନଦୀ ପଠା ।  ଦ୍ରୁତଗତିରେ ଆଗେଇ ଚାଲିଛି ଟେଣ୍ଟ ଭିଡ଼ା । ପୂର୍ବ ବର୍ଷ ଅପେକ୍ଷା ଏଥର ଭୁବନେଶ୍ବର ବାଲିଯାତ୍ରା ଲାଗି ବେପାରୀଙ୍କ ଆବେଦନ ସଂଖ୍ୟା  ବଢିଛି । ଅନ୍ୟପଟେ ବାଲିଯାତ୍ରାକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଗାଁ ଗାଁରେ ବୁଲୁଛି ପ୍ରଚାର ଗାଡ଼ି । କାର୍ତ୍ତିକ ପୁର୍ଣ୍ଣମୀଠାରୁ ଆରମ୍ଭ ହେବ ଭୂବନେଶ୍ବର ବାଲିଯାତ୍ରା । କୂଆଖାଇ ନଦୀପଠାରେ ଆରମ୍ଭ ହେଲାଣି ଷ୍ଟଲ ଭିଡା କାମ । ଏଥର ୩ ଶହ ୨୦ଜଣ ଦେ।କାନୀ ଷ୍ଟଲ ପକାଇବା ପାଇଁ ଆବେଦନ କରିସାରିଲେଣି । ତେବେ ଗତଥର ଅପେକ୍ଷା ଚଳିତ ଥର ଲେ।କପ୍ରିୟତା ବଢିଥିବା ଦେଖାଦେଇଛି । ତେଣୁ ଆଉ ଅଧିକା ଦେଢ ଶହ ଷ୍ଟଲ ତିଆରି କରାଯିବ ବେ।ଲି କମିଟିର ସଦସ୍ୟ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଷ୍ଟଲ ଗୁଡିକ ମଧ୍ୟରେ ଦୂରତା ରଖାଯାଇଛି। ସେହି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ବଡ଼ବଡ଼ ଷ୍ଟେଜ୍ ମଧ୍ୟ ତିଆରି କରୁଛି କମିଟି । ସେହିଭଳି ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ବେ।ଇତ ଗେଟ୍ ତିଆରି ଚାଲିଛି । ୪୦ ଫୁଟ ଓସାର ଓ ୧୦ ଫୁଟ୍ ଉଚ୍ଚ ବିଶିଷ୍ଟ ବେ।ଇତ ତିଆରି କରୁଛନ୍ତି କାରିଗର। ଷ୍ଟଲ ବ୍ୟତୀତ ପଲିଥିନ୍ ବ୍ୟାନ୍, ନିଶା ବିରେ।ଧୀ ବାର୍ତ୍ତା ମଧ୍ୟ ଲେ।କଙ୍କୁ ପ୍ରଦାନ କରାଯିବ । ସେହିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୫ ଶହରୁ ଅଧିକ ମହିଳା, କିନ୍ନର ଓ ଯୁବକ ସ୍ବେଚ୍ଛାସେବୀମାନଙ୍କୁ ନିୟେ।ଜିତ କରାଯିବ । ଗତଥର ୨୦ ଟି ଷ୍ଟଲ ପଡ଼ିଥିଲା । ଏଥର କିନ୍ତୁ ୪ ଶହ ପାଖାପାଖି ଷ୍ଟଲ ତିଆରି ହେଲାଣି । ତେବେ ଏହି ଯାତ୍ରା ଦେଖିବାକୁ ୫ ଟି ପଞ୍ଚାୟତର ୭୦ ରୁ ଅଧିକ ଗାଁ ବ୍ୟତୀତ ଭୁବନେଶ୍ବର ବାସିନ୍ଦା ବାଲିଯାତ୍ରା ଦେଖିବାକୁ ଆସିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.