ଜମୁଛି ବାଲିଯାତ୍ରା ; ସକାଳୁ ରାତି ଯାଏଁ ବାଲିଯାତ୍ରା ପଡିଆରେ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ
26/11/2018 at 12:49 PM

କଟକ ୨୬|୧୧: ଜମୁଛି ବାଲିଯାତ୍ରା । ସକାଳୁ ରାତି ଯାଏଁ ବାଲିଯାତ୍ରା ପଡିଆରେ ଲୋକଙ୍କ ର ଭିଡ଼ ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ନିଜ ନିଜ ପରିବାର ସହ ଆସି ଯାତ୍ରାର ମଜା ନେଉଛନ୍ତି । ଗତକାଲି ରବିବାର ଥିବାରୁ ଯାତ୍ରା ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା। ଲୋକଙ୍କ ଭିଡ଼ ସାଙ୍ଗକୁ ବେପାର ମଧ୍ୟ ଭଲ ଜମୁଛି। ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ କିଣିବା ସହ ଦୋଳି ଖେଳିବାର ମଜା ନେଉଛନ୍ତି ସମସ୍ତେ। ତେବେ ସବୁଠାରୁ ବେଶି ଭିଡ଼ ଦେଖିବାକୁ ମିଳୁଛି ଖାଇବା ଷ୍ଟଲରେ । କଟକ ଦହିବରାଠାରୁ ଆରମ୍ଭ କରି ଫାଷ୍ଟଫୁଡ୍ ସବୁ ପ୍ରକାର ଖାଦ୍ୟର ମଜା ଉଠାଉଛନ୍ତି । ସେପଟେ ସିଏମସି ସ୍କ୍ବାଡ୍ ତରଫରୁ ନିୟମିତ ଚଢ଼ଉ କରାଯାଉଛି । ବାସି ଖାଦ୍ୟକୁ ନଷ୍ଟ କରିବା ସହ ପଲିଥିନ ବ୍ୟବହାର ବର୍ଜନ ଉପରେ କଡ଼ା ନଜର ରଖାଯାଇଛି।