Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

କଲେଜ ଫି ପାଇଁ ଟଙ୍କା ନଥିଲେ ନଡିଆ ଦିଅ, ବାଲି ସରକାର କରୋନା ସଙ୍କଟରେ ନେଲେ ଏଭଳି ନିଷ୍ପତ୍ତି

3/11/2020 at 8:59 PM

ନୂଆଦିଲ୍ଲୀ ୦୩।୧୧: କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌ କାରଣରୁ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିଛି। ଅନେକ ସ୍ଥାନରେ ଛାତ୍ର-ଛାତ୍ରୀ ସ୍କୁଲ ଫି ମଧ୍ୟ ଦେବାରେ ସକ୍ଷମ ନାହାନ୍ତି। ଏମିତି ଜଟିଳ ସ୍ଥିତିରେ ବାଲି ସରକାର ଫି ବାବଦରେ ନଡିଆ ଏବଂ ଅନ୍ୟ ପ୍ରାକୃତିକ ସାମଗ୍ରୀ ଦେବାକୁ ଛାତ୍ର-ଛାତ୍ରୀଙ୍କୁ ଅନୁମତି ଦେଇଛନ୍ତି।

ଭେନ ଓ୍ଵାନ ଟୁରିଜିମ୍ ଏକାଡେମୀ କରୋନା ସଙ୍କଟ ସମୟରେ ଆର୍ଥିକ ସମସ୍ୟାର ମୁକାବିଲା ଲାଗି ସଂଘର୍ଷ କରୁଥିବା ନିଜର ଛାତ୍ର-ଛାତ୍ରୀଙ୍କୁ ପ୍ରାକୃତିକ ପଦାର୍ଥ ଦେଇ ଫି ପୈଠ କରିବାକୁ ଅନୁମତି ଦେଇଛନ୍ତି। ସଂସ୍ଥାର ଅଧିକାରୀ ଓ୍ଵାୟନ ଆଦି ପୁଟ୍ରା ଗଣମାଧ୍ୟମକୁ କହିଛନ୍ତି ଛାତ୍ର-ଛାତ୍ରୀ ଦେଉଥିବା ନଡିଆକୁ ବିଦ୍ୟାଳୟରେ ତୈଳ ଉତ୍ପାଦନରେ ବ୍ୟବହାର କରାଯିବ।

ସେ କହିଛନ୍ତି ପ୍ରଥମେ ଆମେ ଛାତ୍ର-ଛାତ୍ରୀଙ୍କ ଟ୍ୟୁସନ ଫି ପୈଠ ପାଇଁ ଏକ କିସ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତଥାପି ଆମେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅଭିଭାବକଙ୍କ ପାଇଁ ଆହୁରି ସରଳ ଉପାୟ  କରୁଛି। ଆମେ ନଡିଆ ତେଲର ଉତ୍ପାଦନ କରୁଛୁ। ଏଥିପାଇଁ ଛାତ୍ର-ଛାତ୍ରୀ ନଡିଆ ଆଣି ନିଜର ଟ୍ୟୁସନ ଫି ପୈଠ କରୁଛନ୍ତି।

ବାଲି ସନ କହିଛି କଲେଜ ଅନ୍ୟ ପ୍ରାକୃତିକ ଉତ୍ପାଦ ଯଥା ମୋରିଙ୍ଗାର ପତ୍ର ଏବଂ ଗୋଟୁ କଳାର ପତ୍ରକୁ ମଧ୍ୟ ଟ୍ୟୁସନ୍ ଫି ଭାବେ ଗ୍ରହଣ କରାଯାଉଛି। ଏହି ପତ୍ରରୁ ହର୍ବାଲ ସାବୁନ ପରି ଉତ୍ପାଦ ଉତ୍ପାଦନ କରାଯାଇ ପାରୁଛି। ଛାତ୍ର-ଛାତ୍ରୀ ନିଜର ଉଦ୍ୟମିତା କୌଶଳ  ବିକଶିତ କରି ନିଜ ଦ୍ଵାରା ଉତ୍ପାଦିତ ଉତ୍ପାଦନକୁ ମଧ୍ୟ ବିକ୍ରି କରି ପାରିବେ।

ଆମେ ସେମାନଙ୍କୁ ଆମ ଚତୁଃପାର୍ଶ୍ଵରେ ଥିବା ପ୍ରାକୃତିକ ସମ୍ବଳର ସଦୁପଯୋଗ କିପରି ଉପଯୋଗ କରାଯିବ ସେ ନେଇ ଶିକ୍ଷା ଦେବୁ। ଯେବେ କରୋନା ସମାପ୍ତ  ହେବ ସେତେବେଳକୁ ସେମାନେ ଜଣେ କର୍ମକର୍ତ୍ତା ହୋଇ ଯାଇଥିବେ ବୋଲି ପୁଟ୍ରା କହିଛନ୍ତି।

କଲେଜ ପ୍ରଶାସନ କହିଛନ୍ତି, ଆମେ ବିଦ୍ୟାଳୟରେ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ଅନେକ ପ୍ରତିଷେଧମୂଳକ ବ୍ୟବସ୍ଥା କରିଛୁ। ବିଦ୍ୟାଳୟରେ ଛାତ୍ର-ଛାତ୍ରୀଙ୍କ ତାପମାତ୍ରା ଯାଞ୍ଚ କରାଯାଉଛି। ପ୍ରତ୍ୟେକ ସିଫ୍ଟରେ ସୀମିତ ସଂଖ୍ୟାରେ ଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଛି।  

   Related Posts