ଟେମ୍ପୋକୁ ଧକ୍କା ଦେଲା ବାଲି ବୋଝେଇ ଗାଡି, ଡ୍ରାଇଭର ସମେତ ୬ ଆହତ

Published By : Prameya-News7 Bureau | July 22, 2021 IST

ନୀଳଗିରି,୨୨/୦୭ : ଦିନକୁ ଦିନ ବାଲେଶ୍ୱର ଜିଲ୍ଲା କାଠପାଳ ଅଞ୍ଚଳରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ବାଲି ବୋଝେଇ କରି କ୍ଷୀପ୍ର ଗତିରେ ଚାଲାଣ କରୁଛନ୍ତି । ଯାହା ଫଳରେ ପୂର୍ବରୁ ଦୁର୍ଘଟଣା ଆଶଙ୍କା କରାଯାଉଥିଲା।ତେବେ ଗୁରୁବାର ବେପରୁଆ ଗାଡି ଚାଳନା ପାଇଁ ୬ ଜଣ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ନୀଳଗିରି ଥାନା ଅଧିନ କାଠପାଳ ନିକଟରେ ଥିବା ସୋନନଦୀରୁ ନିୟମିତ ଭାବେ ଚୋରା ବାଲି ଚାଲାଣ ହେଉଛି । ବାଲି ବୋଝେଇ କରି ଏକ ଟ୍ରାକ୍ଟର ଯାଉଥିବା ବେଳେ ଘାଘରା ପୋଲ ନିକଟରେ ଏକ ଟେମ୍ପୋକୁ ଏହା ଧକ୍କା ଦେଇଥିଲା।ଫଳରେ ଡ୍ରାଇଭର ସମେତ ଆଉ ୫ ଜଣ ଆହତ ହୋଇଛନ୍ତି।

ସମସ୍ତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସମସ୍ତଙ୍କ ଘର ବରିସାହି ଅଂଚଳର ବୋଲି ଜଣାପଡିଛି।ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଟ୍ରାକ୍ଟରଟି ଫେରାର ହୋଇଯାଇ ଥିବା ଜଣାପଡିଛି।ଦିନକୁ ଦିନ ବାଲି ମାଫିଆଙ୍କ ଦୌରାମ୍ୟ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.