Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ନ୍ୟୁଜ୍ ସେଭେନ୍ ଷ୍ଟିଂ ଅପରେଶନ ପ୍ରଭାବ : ବଦଳିଗଲା ବାଲେଶ୍ବର ଶେରଗଡ଼ ଟୋଲଗେଟ୍‌ରେ ଟୋଲ୍ ଫି ପରିମାଣ

8/11/2019 at 9:08 PM

ବାଲେଶ୍ବର(ସର୍ବେଶ୍ବର ନାଥ)୮|୧୧: ବଦଳିଛି ବାଲେଶ୍ବର ଶେରଗଡ଼ ଟୋଲଗେଟର ମନି ରିସିପ୍ଟ ଫରମାଟ୍ । ଆଉ କମି ଯାଇଛି ଟୋଲ୍ ଟ୍ୟାକ୍ସର ପରିମାଣ । ନ୍ୟୁଜ୍7ରେ ଘନଘନ ଖବର ପ୍ରସାରଣ ପରେ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ଦ୍ଧାରିତ ମୂଲ୍ୟରେ ଏବେ ଆଦାୟ ହେଉଛି ଟୋଲ୍‌ ଟ୍ୟାକ୍ସ । ମନି ରିସିପ୍ଟରେ ଲେଖାଯାଇଛି ଟୋଲ ଗେଟ ଓ  ଟ୍ୟାକ୍ସ କଲେକ୍ସନ କରୁଥିବା କଂପାନୀର ନାଁ । ତବେ ଗତ ଛଅ ମାସ ହେଲା ଆଦାୟ କରାଯାଇଥିବା ଦଶ କୋଟିରୁ ଅଧିକ ଟଙ୍କା କୋରାଲ କଂପାନୀ ଫେରାଇବ କି ? ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ ।….

ପଡିଲା ନ୍ୟୁଜ୍‌ ସେଭେନ୍‌ରେ ଜୋରଦାର ପ୍ରଭାବ । ବଦଳିଗଲା ବାଲେଶ୍ବର ଶେରଗଡ଼ ଟୋଲଗେଟ୍‌ର ଟୋଲ୍‌ ଫି ପରିମାଣ । ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ଧାର୍ଯ୍ୟ କରିଥିବା ଫି ଅନୁସାରେ ଏଥର ଆଦାୟ ହେଉଛି ଅର୍ଥ । ହେଲେ ୬ ମାସ ତଳେ ଏହି ଟୋଲ୍‌ଗେଟ୍‌ ମନଇଚ୍ଛା ଆଦାୟ କରୁଥିଲା ଟଙ୍କା । ନା ରସିଦ୍‌ରେ ଥିଲା ଟୋଲ୍‌ଗେଟ୍‌ର ନାଁ କିମ୍ବା ଟ୍ୟାକ୍ସ କଲେକ୍ସନ କରୁଥିବା କଂପାନୀର ନାଁ ।

ନ୍ୟୁଜ୍‌ ସେଭେନ୍‌ ଏହି କେଳେଙ୍କାରୀର ପର୍ଦ୍ଦାଫାସ କରିବା ସହ ଖବର ପ୍ରସାରଣ କରିଥିଲା । ଶେଷରେ ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଟୋଲ୍‌ ଟ୍ୟାକ୍ସ ଆଦାୟ କରୁଥିବା କୋରାଲ୍‌ କଂପାନୀ ଉପରେ ଫାଇନ୍ ଲଗାଇବାକୁ ଘୋଷଣା କରିଥିଲେ । ଏହାପରେ ସଂପୃକ୍ତ କଂପାନୀ ନିର୍ଦ୍ଧାରିତ ଫି ଆଦାୟ କରୁଛି । ଗାଡିମାନଙ୍କୁ ଠାରେ ବେଆଇନ୍‌ ଭାବେ ଆଦାୟ କରୁଥିବା ଶତ ପ୍ରତିଶତ ଟ୍ୟାକ୍ସ ଏବେ ୭୫ ପ୍ରତିଶତକୁ ଖସିଆସିଛି ।

ଗତ ମେ ମାସ 7 ତାରିଖରୁ ଏନଏଚ୍ଏଆଇ ଟୋଲ ଟ୍ୟାକ୍ସ ପଚିଶ ପ୍ରତିଶତ ହ୍ରାସ କରିଥିଲା । ହେଲେ ବି କୋରାଲ୍‌ କଂପାନୀ ଏହାକୁ ମାନୁ ନଥିଲା । ଅର୍ଥାତ ପ୍ରତିଦିନ ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା ଅଧିକ ଟ୍ୟାକ୍ସ ନିଜ ପକେଟ୍‌ରେ ପୁରାଉଥିଲା । ଏଠି ପ୍ରଶ୍ନ ଉଠୁଛି ଏହି ଦିନମାନଙ୍କରେ କୋରାଲ କଂପାନୀ ହଡପ କରିଥିବା ୧୦ କୋଟିରୁ ଅଧିକ ଟଙ୍କା ସରକାରଙ୍କୁ ଫେରାଇବ କି ?

ନିୟମ ଅନୁସାରେ ଟୋଲ୍‌ ଟ୍ୟାକ୍ସ ଅଧିକ ଆଦାୟ କରୁଥିବାରୁ କଂପାନୀ ଉପରେ ୫୦ ଗୁଣ ଫାଇନ ହେବା କଥା । ଅର୍ଥାତ୍‌ କଂପାନୀ ୫ ଶହ କୋଟି ଟଙ୍କା ଜରିମାନା ଦେବକି ? ସେହିପରି କୋରାଲ ଆସୋସିଏଟ କଂପାନୀକୁ କଳାତାଲିକା ଭୁକ୍ତ କରାଯାଇ ତାକୁ ଟର୍ମିନେଟ କରାଯିବ ନା ନାହିଁ ? ଏଭଳି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଥିବା ବାଲେଶ୍ବର ପିଡି ନିଜେ ଏହି ଘୋଟାଲାରେ ସଂପୃକ୍ତ ଥିବା ଅଭିଯୋଗ ଉଠିଛି । ତେଣୁ ଅନ୍ୟ କେଉଁ ଅଧିକାରୀ ଏହାର ତଦନ୍ତ କରିବାକୁ ଦାବି ହୋଇଛି ।….

   Related Posts