ସମ୍ଭାବ୍ୟ ବାତ୍ୟା ନେଇ ବାଲେଶ୍ବର ଜିଲ୍ଲାରେ ପ୍ରସ୍ତୁତି ଜୋରଦାର, ଏନଡିଆରଏଫ ଓ ଓଡ୍ରାଫ୍ ଟିମ୍ ସଜାଗ

Published By : Prameya-News7 Bureau | May 17, 2020 IST

ବାଲେଶ୍ବର ୧୭।୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ ପଡୋଶୀ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ହିଟ୍ କରିବ ବୋଲି ସୂଚନା ମିଳିବା ପରେ ବାଲେଶ୍ବର ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଛି । ଜିଲ୍ଲାରେ ଥିବା ଆରଆରସିରେ ୨୫ ଜଣିଆ ଏନଡିଆରଏଫ ଟିମ୍ ଥିବାବେଳେ ଆଉ ଏକ ୨୫ ଜଣିଆ ଏନଡିଆରଏଫ ଟିମ୍ ଆସି ପହଞ୍ଚିଛି ।

{"id":271465,"sizeSlug":"large"}

ସେହିପରି ୨ଟି ଓଡ୍ରାଫ୍ ଟିମ୍ ରହିଥିବା ବେଳେ ଆଉ ଦୁଇଟି ଓଡ୍ରାଫ ଟିମ୍ ଜିଲ୍ଲାକୁ ଆସୁଛନ୍ତି । ଜିଲ୍ଲାରେ ୧୨ ଟି ଦମକଳ କେନ୍ଦ୍ରର କର୍ମଚାରୀ ସଜାଗ ରହିଥିବା ବେଳେ ୧୫ଟି ଦମକଳ କର୍ମଚାରୀ ଟିମ୍ ସମ୍ବଲପୁରରୁ ବାଲେଶ୍ବର ଆସୁଛନ୍ତି ।

{"id":271466,"sizeSlug":"large"}

ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ପ୍ରତିଟି ବ୍ଲକର ତହସିଲଦାର ଓ ବିଡିଓଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବା ପରେ ଜିଲ୍ଲାକୁ ଆସିଥିବା ଦମକଳ ଟିମ୍, ଏନଡିଆରଏଫ ଓ ଓଡ୍ରାଫ ଟିମକୁ ବିଭିନ୍ନ ସ୍ଥାନକୁ ପଠାଯିବ । ସେହିପରି ତଳିଆ ଅଞ୍ଚଳରୁ କେତେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ସେ ନେଇ ସ୍ଥିର କରାଯିବ । ଏହାସହ ପ୍ରତିଟି ବ୍ଲକରେ ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.