Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଡାକ୍ତରଖାନାରେ ରୋଗୀଙ୍କୁ ମିଳୁଛି ବାସି ଖାଦ୍ୟ : ବିଭିନ୍ନ ୱାର୍ଡ ବୁଲିଦେଖିଲେ ଜିଲ୍ଲାପାଳ, ତଦନ୍ତ ପାଇଁ ଫୁଡ୍ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ

27/08/2019 at 3:52 PM

ବାଲେଶ୍ବର ୨୭|୮: ରୋଗ ଭଲି କରିବାକୁ ରୋଗୀ ଆସନ୍ତି ଡାକ୍ତରଖାନା । କେମିତି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଯିବ ସେଇ ଚିନ୍ତାରେ ଥାଆନ୍ତି ରୋଗୀ ଏବଂ ତାଙ୍କ ସଂପର୍କୀୟ । ହେଲେ ଯଦି ଡାକ୍ତରଖାନାରେ ବାସି ଖାଦ୍ୟ ଦିଆଯିବ ତାହାଲେ କଣ ହେବ ରୋଗୀଙ୍କ ଅବସ୍ଥା ? ରୋଗ ବଢ଼ିବ ନହେଲେ ଆଉ ଗୋଟେ କଣ ନୂଆ ରୋଗ ଆରମ୍ଭ ହେବ । ତେବେ କେଉଁ ଡାକ୍ତରଖାନାରେ ରୋଗୀଙ୍କୁ ବାସି ଖାଦ୍ୟ ଖାଇବାକୁ ଦିଆଯାଉଛି ଚାଲନ୍ତୁ ଜାଣିବା ଆମର ଏଇ ରିପୋର୍ଟରୁ…

ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଆସିଲା ସାଂଘାତିକ ଅଭିଯୋଗ । ରୋଗୀଙ୍କୁ ଦିଆଯାଉଛି ବାସି ଖାଦ୍ୟ । ଖୋଦ୍ ରୋଗୀଙ୍କ ନିକଟରୁ ଆସିଛି ଏମିତି ଅଭିଯୋଗ । ମାସ ମାସ ଧରି ଏମିତି ଚାଲିଛି । ଭାତ ବାସି । ତରକାରୀ ବି ବାସି । ନିମ୍ନମାନର ଖାଦ୍ୟ ଦେଉଛନ୍ତି । ପୁଣି ଯେତିକି ପରିମାଣର ଖାଦ୍ୟ ଦିଆଯିବା କଥା ତାହା ବି ଦିଆଯାଉନି । ଜିଲ୍ଲାପାଳ ମୁଖ୍ୟ ଡାକ୍ତରଖାନା ପରିଦର୍ଶନରେ ଆସିଥିବା ବେଳେ ବିଭିନ୍ନ ୱାର୍ଡ ବୁଲିଥିଲେ । ଆଉ ଏତିକିବେଳେ ରୋଗୀମାନେ ବାସି ଖାଦ୍ୟ ଦେଖାଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ।

ରୋଗୀଙ୍କଠାରୁ ଅଭିଯୋଗ ଶୁଣିବା ପରେ ଘଟଣାର ତଦନ୍ତ ପାଇଁ ଫୁଡ୍ ଇନସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଖାଦ୍ୟକୁ ପରୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଘଟଣାରେ ସତ୍ୟତା ଥିବା ତଦନ୍ତ ପରେ ଜଣାପଡ଼ିଲେ ଖାଦ୍ୟ ଦାୟିତ୍ବରେ ଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସପ୍ତାହର କେଉଁ ଦିନ ରୋଗୀଙ୍କୁ କଣ ଖାଦ୍ୟ ଦିଆଯିବ ତାର ଏକ ଚାର୍ଟ ସମସ୍ତ ୱାର୍ଡରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦେଖାଯାଉ ଜିଲ୍ଲାପାଳଙ୍କ ଗସ୍ତ ପରେ ରୋଗୀଙ୍କୁ ଖାଦ୍ୟ ଗଣ୍ଡେ ଠିକ୍ ରେ ମିଳୁଛି କି ନାହିଁ ।



   Related Posts