ଅବ୍ୟବସ୍ଥା ଘେରରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡାକ୍ତରଖାନା ପାଲଟିଛି ଅପରାଧୀଙ୍କ ଚରାଭୂଇଁ

Published By : Prameya-News7 Bureau | June 24, 2019 IST

ବାଲେଶ୍ବର ୨୪|୬: ଅବ୍ୟବସ୍ଥା ଘେରରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ । ଲାଗୁନି ସିସିଟିଭି କ୍ୟାମେରା । ଫଳରେ ଡାକ୍ତରଖାନା ଏବେ ପାଲଟିଛି ଅପରାଧୀଙ୍କ ଚରାଭୂଇଁ । ମୋବାଇଲ୍, ବାଇକ ଚୋରି ଏଠି ନିତିଦିନିଆ ଘଟଣା ପାଲଟିଲାଣି ।ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟ ମଧ୍ୟ ଏଟାରେ ହେଉଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗୀୟ ଅଧିକାରୀମାନେ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

{"id":126620}

ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ  ଚାଲିଛି ଯାବତୀୟ ଅନୈତିକ କାର୍ଯ୍ୟ । ଅସ୍ତ୍ରୋପଚାର ପାଇଁ ମଗାଯାଉଛି ଲାଞ୍ଚ ।କମିଶନ ପାଇଁ ରୋଗୀଙ୍କୁ ଏଠାରୁ ନର୍ସିଂ ହୋମକୁ ପଠାଇଦିଆଯାଉଛି । ରୋଗୀଙ୍କୁ ଦୁର୍ବ୍ୟବହାର ଏଠି ସାଧାରଣ କଥା ପାଲଟିଲାଣି । ଦିନ ଦ୍ବିପ୍ରହରରେ  ରୋଗୀ ଏବଂ ତାଙ୍କ ସଂପର୍କୀୟଙ୍କ ମୋବାଇଲ୍, ବାଇକ୍ ଆଦି ଚୋରି ହେଉଛି । ହସ୍ପିଟାଲ କର୍ମଚାରୀ ଏଥିରେ ସଂପୃକ୍ତ ରହୁଛନ୍ତି । ସିସିଟିଭି ନଥିବାରୁ ଡାକ୍ତରଖାନାରେ ଅନୈତିକ କାରବାର ସବୁ ବଢ଼ୁଥିବା ଅଭିଯୋଗ ହୋଇଛି । ଡାକ୍ତରଖାନାର ୨୬ଟି ସ୍ଥାନରେ ସିସିଟିଭି ଲାଗିଥିଲା । କିଛି ମାସ ଠିକ୍ ଠାକ୍ ଚାଲିବା ପରେ ଏହା ଖରାପ ହୋଇଗଲା । ସେପଟେ ଚିକିତ୍ସାଳୟ  ମେଡିକାଲ କଲେଜର ପରିଣିତ ହେବା ପରେ ୟୁନିଟ୍ ମାନ ନିର୍ମାଣ ପାଇଁ ସିସିଟିଭି କ୍ୟାମେରା କାଢ଼ି ଦିଆଗଲା । ୟୁନିଟ୍ ଗଢ଼ା ସରିବା ବର୍ଷେ ପୂରିଲାଣି । ହେଲେ ଏଯାଏଁ କ୍ୟାମେରା ଲାଗିପାରିଲାନି ।

{"id":126621}

ମେଡିକାଲ କଲେଜରେ ପରିଣତ ହେବାପରେ ଏଠାକୁ ପଡୋଶୀ ପଶ୍ଚିମବଙ୍ଗ  ଏବଂ  ମୟୂରଭଂଜରୁ ରୋଗୀ ଆସୁଛନ୍ତି । ହେଲେ ଏଠୁ ସୁରକ୍ଷା ବ୍ୟବସ୍ଥା ବୋଲି କିଛି ନାହିଁ । ଗତମାସରେ ଓପିଡ଼ରୁ ଚକ୍ଷୁ ପରୀକ୍ଷା ମେସିନ ଗାଏବ ହୋଇଗଲା । ହେଲେ ଆଜି ଯାଏଁ କେହି ତାର ଟେର ପାଇଲେନି ।  ଥାନାରେ ଅଭିଯୋଗ କଲେ ପୋଲିସ କହୁଛି ଆମର  କର୍ମଚାରୀ ଅଭାବ । ଆଉ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କିଛି କହିବାକୁ ନାରାଜ ।

{"id":126622}

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଚୋରି, ଅନେତିକ କାର୍ଯ୍ୟକଳାପ ବନ୍ଦ କରିବାକୁ କଣ ପଦକ୍ଷେପ ନିଆଯାଉଛି ତାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.