Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବାଲେଶ୍ୱରରେ ଏବେ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରା – ଗଞ୍ଜାମର କିଛି ଡକାୟତଙ୍କୁ ଧରିଲା ପୁଲିସ

1/12/2019 at 4:58 PM

ବାଲେଶ୍ୱର ୧।୧୨-  ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ଲୁଟ୍ ଆଉ ଡକାୟତି।  ଲୋକଙ୍କ ନିଦ ହଜାଇ ଦେଇଥିବା କିଛି ଲୁଟେରାଙ୍କୁ ପୋଲିସ ଠାବ କରିଥିବା ବେଳେ, ଅନେକ ଲୁଟରାଙ୍କ ଟେର୍ ପାଉନି ପୋଲିସ । ତେବେ ଗହଣା ଦୋକାନ ଲୁଟ୍ ହେଉ କି ବୈଶିଙ୍ଗା ଡକାୟତି ମାମଲା, ସବୁଥିରେ ଗଂଜାମ ଲୁଟେରାଙ୍କ ସଂପୃକ୍ତି ରହିଛି। ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ବାଲେଶ୍ବର ଏବେ ଗଂଜାମ ଲୁଟେରାଙ୍କ ହବ୍ ପାଲଟିଛି।…

ଡକାୟତଙ୍କ ଭୟରେ ଥରହର ହୋଇପଡିଲେଣି ବାଲେଶ୍ବର ବାସୀ । ଖାସ୍ କରି ଜାତୀୟ ରାଜପଥ ଯେମିତି ଲୁଟେରାଙ୍କ କବଜାରେ ରହିଛି । ଚଳନ୍ତି ଗାଡ଼ି ଉପରକୁ ଗୁଳିମାଡ଼ କରି ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ପୁଣି ଦିନ ଦିପହରରେ ବ୍ୟାଙ୍କ ଭିତରେ ପଶି ବନ୍ଧୁକ ମୁନରେ ଲୁଟି ନେଉଛନ୍ତି ଟଙ୍କା। ଗଂଜାମର ଲୁଟେରା ଏବେ ବାଲେଶ୍ବର ମୁହାଁ ହୋଇଥିବା ଚର୍ଚ୍ଚା ଜୋର ଧରିଛି ।…

ବସ୍ତା ଅଂଚଳର ଏକ ସୁନା ଦୋକାନରୁ ଲୁଟ ହୋଇଥିବା ସାମଗ୍ରୀ ପୋଲିସ ଜବତ କରିବା ସହ ଲୁଟେରାଙ୍କୁ ଧରିଥିଲା । ଜେରା ପରେ ଜଣାପଡ଼ିଥିଲା ଏହି ଲୁଟ୍ ପଛର ମାଷ୍ଟର ମାଇଣ୍ଡ ଥିଲା ଗଂଜାମ ଲୁଟେରା । ତେବେ ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ଷ୍ଟେଟ ବ୍ୟାଙ୍କ ଲୁଟର ଟେର ଏଯାଏଁ ପାଇନି ପୋଲିସ । କଲେଜ ୟୁନିଫର୍ମ ପିନ୍ଧି ବ୍ୟାଙ୍କରୁ ଚାଳିଶ ଲକ୍ଷ ଲୁଟି ନେଇଗଲେ ଦୁର୍ବୃତ୍ତ।  ଏହି ଲୁଟରେ ମଧ୍ୟ ଗଂଜାମ ଲୁଟେରାଙ୍କ ହାତ ଥିବା ବୋଲି ପୋଲିସ ସନ୍ଦେହ କରୁଛି ।…

   Related Posts