ବାଲେଶ୍ବର ଜିଲ୍ଲାପାଳଙ୍କ ଗାଡି ମାନୁନି ନୂଆ ମୋଟର ଯାନ ଆଇନ, ଧରାହେଲେ ନିୟମ ଅନୁସାରେ ଗଣିବେ ୧୦ ହଜାର ଟଙ୍କା ତଣ୍ଡ, ହେଲେ ଧରିବ କିଏ ?

Published By : Prameya-News7 Bureau | October 26, 2019 IST

ବାଲେଶ୍ବର ୨୬|୧୦: କେଉଁଠି ସ୍କୁଟି ଚାଳକ ଉପରେ ଫାଇନ୍ ହେଲାଣି, ତ ଆଉ କେଉଁଠି ଟାଟା ଏସି ଗାଡିର ଡ୍ରାଇଭର ମୋଟା ଅଙ୍କର ଫାଇନ୍ ଗଣିଲାଣି । ପରିବହନ ବିଭାଗ ଏବେ ନିୟମ କଡାକଡି ପାଳନ କରୁଛି । ଆଉ ଏପରି ସ୍ଥଳେ ବାଲେଶ୍ବର ଜିଲ୍ଲାପାଳଙ୍କ ଗାଡିର ନମ୍ବର ପ୍ଲେଟ ନିୟମ ମାନୁନାହିଁ ।

{"id":174989}

କମର୍ସିଆଲ ଗାଡିରେ ପ୍ରାଇଭେଟ ନମ୍ବର ପ୍ଲେଟ୍ ଲଗାଇ, ଜିଲ୍ଲାପାଳ ଚଢୁଛନ୍ତି ଗାଡି । ମୋଟର ଭେହିକିଲ୍ ନିୟମ ଅନୁସାରେ ଏଥିପାଇଁ ପାଂଚ ହଜାର ଟଙ୍କା ଫାଇନ୍ ଅଛି । 

{"id":174992}

ଗାଡିର ନମ୍ବର ହେଉଛି OD 01Z1011, ନମ୍ବର ପ୍ଲେଟ ଉପରେ ଲେଖାଯାଇଛି ଜିଲ୍ଲାପାଳ ବାଲେଶ୍ବର । ଏହି ଗାଡିଟି ଚଢୁଛନ୍ତି ନିଜେ ଜିଲ୍ଲାପାଳ । ଏହି ମହିନ୍ଦ୍ରା ମାରାଜୋ ଗାଡିଟି ଏକ କମର୍ସିଆଲ ଗାଡି । ତେବେ ଗାଡିର ପଛ କାଚରେ ଓଡିଶା ଶାସନ ଲେଖାଯାଇଛି । ଆଉ ନମ୍ବର ପ୍ଲେଟ ପୁରା ପ୍ରାଇଭେଟ୍ । ହଳଦିଆ ପ୍ଲେଟ୍ ଉପରେ କଳା ଅକ୍ଷରରେ ଲେଖା ହେବା କଥା, କିନ୍ତୁ ଏଠି ଧଳା ପ୍ଲେଟ୍ ଉପରେ କଳା ଅକ୍ଷରରେ ଲେଖାଯାଇଛି । 

{"id":174990}

ମୋଟର ଭେହିକିଲ୍ ଆକ୍ଟର ସେକ୍ସନ ୧୯୨ ଅନୁସାରେ ଗାଡିର ନମ୍ବର ପ୍ଲେଟ ଠିକ୍ ଭାବେ ଡିସପ୍ଲେ ନକଲେ ପାଂଚ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ତବେ ଜିଲ୍ଲାପାଳ ନିଜେ ଚଢୁଛନ୍ତି ଗାଡି , ପୁଣି ଗାଡିର ନମ୍ବର ପ୍ଲେଟ ଉପରେ ଲେଖା ଯାଇଛି ଜିଲ୍ଲାପାଳ ବୋଲି । ଆଇନ ଥିଲେ ବି ଫାଇନ୍ କିଏ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.