ଶନିବାର ଏବଂ ରବିବାର ବାଲେଶ୍ବର ସଟ୍‌ଡାଉନ୍: ପୂର୍ବତନ ବିଧାୟକ କଲେ ସମାଲୋଚନା

Published By : Prameya-News7 Bureau | August 01, 2020 IST

ନୀଳଗିରି୧/୮: ଆଉ ଗୋଟିଏ ଦିନ ପରେ ରାକ୍ଷୀ ପୂର୍ଣ୍ଣମୀ। ଏହି ଦିନକୁ ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଅନାଇ ବସିଥାଏ। ଆଜି ଓ ଆସନ୍ତା କାଲି ବାଲେଶ୍ଵର ଜିଲ୍ଲାକୁ ସଟଡାଉନ ଘାଷଣା କରିବା ଓ ଏଥିରେ ଅନ୍ୟଜିଲ୍ଲା ଭଳି କୋହଳ ନକରିବା ଘଟଣାକୁ ତୀବ୍ର ସମାଲୋଚନା କରଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ସଡ଼ଙ୍ଗୀ। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘଟଣାକୁ ନେଇ ସେ ସରକାରଙ୍କ ନିଷ୍ପତି ଓ ଜିଲ୍ଲାପ୍ରଶାସନର ଉଦାସନୀତା ମନୋଭାବକୁ ଭର୍ଶନା କରିଛନ୍ତି। ଗତକାଲି ସରକାର ବିଭିନ୍ନ ଜିଲ୍ଲାରେ ଶନିବାର ଓ ରବିବାରରେ ସଟଡାଉନ ଘୋଷଣା କରିଛନ୍ତି।

ଗଞ୍ଜାମ, ଗଜପତି,କଟକ ,ମୟୁରଭଞ୍ଜ ଭଳି ଜିଲ୍ଲାରେ ଚଳିତ ମାସ ପ୍ରଥମ ଶନିବାର ଓ ରବିବାର ସକାଳ ୫ ଠାରୁ ୧ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ହିନ୍ଦୁମାନଙ୍କର ଏହି ପବିତ୍ର ପର୍ବ ରାକ୍ଷୀ ପୂର୍ଣମୀ ଯେଉଁଥିରେ କି ଜଣେ ଚାଷୀ ଏହି ପର୍ବରେ ବଳଭଦ୍ରଙ୍କୁ ପୂଜନ କରିଥାଏ ଏହି ଉତ୍ସଵଟି ବାଲେଶ୍ଵର ଜିଲ୍ଲାରେ ସମ୍ପୂର୍ଣ ଧୋଇ ହୋଇଯିବାର ଆଶଙ୍କା ଘାରିଛି। ବାଲେଶ୍ଵର ଜିଲ୍ଲାରେ କଟକଣା କୋହଳ କରାଯାଇନଥିବାରୁ ଏଭଳି ଆଶଙ୍କା ଘାରିଥିବା କୁହାଯାଇଛି। ସରକାର ଏହି କଟକଣାକୁ ଅନ୍ୟ ଜିଲ୍ଳାମାନଙ୍କ ଭଳି କୋହଳ କରିବାକୁ ଦାବି କରି ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ସଡ଼ଙ୍ଗୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.