Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସ୍ୱାଧିନ ଭାରତର ବଡ ହକି ବିଜୟର ନାୟକ ଥିଲେ ବଲବୀର ସିଂ ସିନିଅର, ଅଲମ୍ପିକରେ ଇଂଲଣ୍ଡକୁ ପରାଜିତ କରିବାର ମ୍ୟାଚଟି ଥିଲା ‘ଲଗାନ୍’ ଭଳି

26/05/2020 at 3:08 PM

ନୂଆଦିଲ୍ଲୀ, ୨୬|୦୫: ଲିଜେଣ୍ଡ ହକି ପ୍ଲେୟାର ବଲବୀର ସିଂ ନିଜ କ୍ୟାରିଅରରେ ଭାରତୀୟ ହକି ଇତିହାସ ପାଇଁ ଅନେକ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ଯାତ୍ରାରେ ଏପରି ଅନେକ ମୁହୂର୍ତ୍ତ ରହିଛି ଯାହା ଅନ୍ୟ ଉପଲବ୍ଧି ତୁଳନାରେ ଗୁରୁତ୍ୱପୂର୍ଣ୍ଣ । ସେ ସ୍ୱାଧିନ ଭାରତକୁ ପ୍ରଥମ ଅଲମ୍ପିକ ପଗକ ଦେଇଥିଲେ । କିନ୍ତୁ ସେ ଏବେ ଆମ ଗହଣରେ ନାହାଁନ୍ତି । ୯୫ ବର୍ଷ ବୟସରେ ସେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏହା ଥିଲା ୧୯୪୮ ଅଲମ୍ପିକ ସମୟର ଘଟଣା । ଯେତେବେଳେ ଭାରତ ସ୍ୱାଧିନତାର ଗୋଟିଏ ବର୍ଷ ପୂରଣ କରିବା ଦିଗରେ ଥିଲା । ଅଲମ୍ପିକ ଫାଇନାଲରେ ବଲବୀର ଏକା ଚାରୋଟି ଗୋଲ ଦେଇଥିଲେ । ଏହି ମ୍ୟାଚ ଭାରତ ଗ୍ରେଟ୍ ବ୍ରିଟେନ ବିପକ୍ଷରେ ଖେଳିଥିଲା । ୨୦୧୮ରେ ଭାରତ ପ୍ରଥମ ଅଲମ୍ପିକ ସୂର୍ଣ୍ଣ ପଦକର ୭୦ ବର୍ଷ ପୂର୍ତ୍ତି ପାଳନ କରିଥିଲା । ଏହାକୁ ଚଣ୍ଡିଗଡର ପ୍ରେସ୍ କ୍ଲବରେ ପାଳନ କରାଯାଇଥିଲା । ଏଥିରେ ବଲବୀର ସିଂ ମଧ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବଲବୀର କହିଥିଲେ ଯେ, ଯେତେବେଳେ ଆମର ରାଷ୍ଟ୍ରଗୀତ ବାଜୁଥିଲା  ଓ ତ୍ରିରଙ୍ଗା ଉଡୁଥିଲା ସେ ମଧ୍ୟ ପତାକା ସହ ଉଡୁଥିବା ଭଳି ଅନୁଭବ କରିଥିଲେ । ଦେଶଭକ୍ତିର ଭାବନା  ସେ ଅନୁଭବ କରିପାରୁଥିଲେ । ତାହା ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ ରହିଥିଲା । ଇଂଲଣ୍ଡକୁ ଯେତେବେଳେ ପରାସ୍ତ କରାଯାଇଥିଲା ତାହାର ଗୋଟିଏ ବର୍ଷ ପୂର୍ବରୁ ଭାରତ ଉପରେ ବ୍ରିଟିଶ ଶାସନ ରହିଥିଲା ।

ବଲବୀର ଗୋଲ କିପର ଭାବେ ହକି କ୍ୟାରିଆରର ଆରମ୍ଭ କରିଥିଲେ ।ଏହାପରେ ସେ ପୁଲ୍ ବ୍ୟାକ୍ ଓ ସେଣ୍ଟର୍ ଫରଓ୍ୱାର୍ଡ ଭାବେ ଖେଳିଥିଲେ । ସେ ନିଜେ ମଧ୍ୟ ଗୋଲ କିପର ହେବାକୁ ଚାହୁଁଥିଲେ କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଥିଲା । ତେବେ ସେ ଜବରଦସ୍ତ ଫର୍ମରେ ଥିବା ସତ୍ୱେ ତାଙ୍କୁ ୧୯୪୮ ଫାଇନାଲ ପାଇଁ ୨୯ ସମ୍ଭାବିତ ଖେଳାଳି ତାଲିକାରେ ରଖାଯାଇ ନଥିଲା । ଏହାପରେ ସେ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କୃଷ୍ଣ ମେନନଙ୍କୁ ସମ୍ପର୍କ କରିଥିଲେ । ଏହାପରେ ତାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଥିଲା ।

ତାଙ୍କ କହିବାନୁସାରେ, ୧୯୪୮ ମସିହା ଅଗଷ୍ଟ ୧୨ ତାରିଖ ସ୍ୱାଧିନ ଭାରତ ଇତିହାସରେ ସବୁଠାରୁ ବଡ ଦିନ ଥିଲା । ତାଙ୍କୁ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଦ୍ୱାରା ଚୟନ କରାଯାଇଥିବା ଆଧୂନିକ ଅଲମ୍ପିକ ଇତିହାସରର ୧୬ ଜଣିଆ ମହାନ ଅଲମ୍ପିଆନ ତାଲିକାରେ ସାମିଲ କରାଯାଇଥିଲା ।

   Related Posts