Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଭିଜିଲାନ୍ସ ଭୟରେ ଥାନାବାବୁ ଫେରାର ! ୪ଦିନ ହେଲାଣି ବାଲେଶ୍ୱର ଟାଉନ୍ ଥାନା ଆଇଆଇସିଙ୍କ ଦେଖାନାହିଁ

5/07/2020 at 11:27 AM

ବାଲେଶ୍ୱର ୦୫।୦୭: ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କୁ ନେଇ ଏବେ ବିଭିନ୍ନ ଆଲୋଚନା ଚାଲିଛି । ଥାନାରେ ଭିଜିଲାନ୍ସ ଚଢ଼ଉ ହେବା ପରେ ହଠାତ୍‌ ସେ ଛୁଟିରେ ରହିବା, ମୋବାଇଲ ସୁଇଚ୍‌ଅପ ରହିବା ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପୁଲିସ ଏସ୍‌ଆଇ ଧରାପଡ଼ିଥିବା ଘଟଣାରେ ସେ ପରୋକ୍ଷରେ ସମ୍ପୃକ୍ତି ଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଭଳି ପରିସ୍ଥିତିରେ ଆଇଆଇସିଙ୍କ ନିରବତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ଗତ ୧ ତାରିଖରେ ଟାଉନ୍‌ ଥାନାରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା । ଏକ ଜମିବାଡ଼ି ମାମଲାର ଫଇସଲା କରାଇ ଦେବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ୨ ଜଣଙ୍କୁ ଧରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଏସ୍‌ଆଇ ବିମଳ କୁମାର କର, ଅନ୍ୟ ଜଣେ ମଧ୍ୟସ୍ଥି ସନ୍ତୋଷ କୁମାର ଦାସ । ଏହି ଘଟଣା ପରେ ଟାଉନଥାନା ଆଇଆଇସିଙ୍କ ସହ ଗଣମାଧ୍ୟମ ପ୍ରତିନିଧି ବାରମ୍ବାର ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ନଥିଲା ।

ଏହି ଲାଞ୍ଚ କାରବାର ତାଙ୍କ ଜାଣତରେ ହିଁ ହେଉଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ଟାଉନ ଥାନାରେ ଏମିତି ଅନେକ ଘଟଣା ତାଙ୍କ ଜାଣତରେ ହୋଇଛି । ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ପ୍ରତିକ୍ରିୟା ମଧ୍ୟ ଆଇଆଇସିଙ୍କୁ ସନ୍ଦେହ ପରିସରକୁ ଆଣୁଛି । ଏହି ପରିପ୍ରେକ୍ଷୀରେ ଏସ୍‌ପି ଶ୍ରୀମିଶ୍ର କହିଛନ୍ତି, ଏହି ଘଟଣା ପରଠାରୁ ଭିଜିଲାନ୍ସ ଅଧିକାରୀ ଆଇଆଇସିଙ୍କୁ ବାରମ୍ବାର ଯୋଗାଯୋଗ କରୁଛନ୍ତି । ତାଙ୍କର କୌଣସି ଖୋଜ୍‌ଖବର ମିଳୁନି । ସେ ଏହି ତଦନ୍ତରେ ସହଯୋଗ କରୁନାହାନ୍ତି । ତାଙ୍କୁ ବାଲେଶ୍ୱର ଏସ୍‌ପିଙ୍କ ମାଧ୍ୟମରେ ନୋଟିସ୍‌ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏସ୍‌ପି ଶ୍ରୀମିଶ୍ର ପ୍ରତିକ୍ରିୟାକୁ ନେଇ ଟାଉନଥାନା ଆଇଆଇସି ସନ୍ଦେହ ପରିସରାକୁ ଆସିବା ସ୍ୱାଭାବିକ ।

ଏନେଇ ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ଉକ୍ତି ହେଲା- ଗଣମାଧ୍ୟମରେ ଯେଉଁ ସବୁ ଖବର ପ୍ରକାଶ ପାଉଛି, ସେନେଇ ସେ ଅବଗତ ନାହାନ୍ତି । ସେହିପରି କ୍ରମାଗତ ୪ ଦିନ ଧରି ଆଇଆଇସିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ମୋବାଇଲ ସୁଇଚ୍‌ ଅଫ ରହିଛି । ଏନେଇ ଟାଉନ୍‌ ଥାନାର କିଛି ପୁଲିସ୍‌ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏହି ଘଟଣାରେ ଆଇଆଇସିଙ୍କ ସମ୍ପୃକ୍ତି ଥିବା ସେମାନେ ପରୋକ୍ଷ ଭାବେ କହିଥିଲେ । ଯଦି ସେ ସମ୍ପୃକ୍ତ ନାହାନ୍ତି, ତେବେ ସେ କାହିଁକି ଫୋନ ସୁଇଚ୍‌ ଅଫ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ ।

   Related Posts