ବାଲେଶ୍ବର ଲୋକସଭାରେ ବିଜେପିର ବାଜିମାତ, ବିଧାନସଭାରେ ୭ରୁ ୬ରେ ବିଜେଡି: ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେଲେ ରଘୁ ମହାନ୍ତି

Published By : Prameya-News7 Bureau | May 24, 2019 IST

ବାଲେଶ୍ବର ୨୪|୫: ବାଲେଶ୍ବର ବିଗ୍‌ ଫାଇଟ୍‌ରେ ବାଜି ମାରିଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ୧୨୯୫୬ ଭୋଟ୍‌ ମାର୍ଜିନ୍‌ରେ ହରାଇ ବିଜୟୀ ହୋଇଛନ୍ତି ବିଜେପିର ଏହି ପୁରୁଖା ନେତା । ସେହିଭଳି ବାଲେଶ୍ବର ସଦର ଏବଂ ନୀଳଗିରି ବିଧାନସଭା ଆସନ ବି ବିଜେପି ଖାତାକୁ ଯାଇଛି । ଜିଲ୍ଲାର ବାକି ୬ ଆସନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ।….

{"id":115512}

ପୂରା ନିର୍ବାଚନୀ ମାହୋଲ ଭିତରେ ବାଲେଶ୍ବର ବିଗ୍‌ ଫାଇଟ୍‌ ଉପରେ ଥିଲା ନଜର । ଯେଉଁଠି ଲୋକସଭା ପାଇଁ ବିଜେଡି ପୁଣି ରବୀନ୍ଦ୍ର ଜେନାଙ୍କୁ ମଇଦାନକୁ ଉତ୍ତାରିଥିବା ବେଳେ ତାଙ୍କୁ ଟକ୍କର ଦେଉଥିଲେ ବିଜେପିର ପୁରୁଖା ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବ୍ୟଜ୍ୟୋତି ପଟ୍ଟନାୟକ । ହେଲେ ବାଲେଶ୍ବରବାସୀ ଏଥର ରବୀନ୍ଦ୍ର ଜେନାଙ୍କ ଯାଗାରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଲୋକସଭା ପଠାଇବାକୁ ଚାହିଁଛନ୍ତି ।

{"id":115517}

ଏଠାରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ୪ଲକ୍ଷ ୮୩ହଜାର ୮୫୮ ଭୋଟ୍‌ ମିଳିଥିବା ବେଳେ ରବୀନ୍ଦ୍ର ଜେନାଙ୍କୁ ମିଳିଛି ୪ଲକ୍ଷ ୭୦ହଜାର ୯୦୨ ଭୋଟ୍‌ । ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବ୍ୟଜ୍ୟୋତି ପଟ୍ଟନାୟକ ମାତ୍ର ୧ଲକ୍ଷ ୭୯ ହଜାର ୪୦୩ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି ।

{"id":115513}

ବାଲେଶ୍ବର ଲୋକସଭା ସହ ବାଲେଶ୍ବର ସଦର ଏବଂ ନୀଳଗିରି ବିଧାନସଭା ଆସନ ମଧ୍ୟ ବିଜେପି ଖାତାକୁ ଯାଇଛି । ବାଲେଶ୍ବର ସଦରରୁ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ୧୩ହଜାରରୁ ଅଧିକ ଭୋଟ୍‌ରେ ହରାଇ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ମଦନମୋହନ ଦତ୍ତ । ସେହିଭଳି ନୀଳଗିରିରେ ବିଜେଡିର ସନ୍ତୋଷ ଖଟୁଆଙ୍କୁ ୯୯୯ ଭୋଟ୍‌ରେ ମାତ ଦେଇ ବାଜି ଜିତିଛନ୍ତି ବିଜେପିର ସୁକାନ୍ତ ନାୟକ । ଜିଲ୍ଲାର ବାକି ୬ଟି ଆସନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ଜଳେଶ୍ବରରୁ ଅଶ୍ବିନୀ ପାତ୍ର, ଭୋଗରାଇରୁ ଅନନ୍ତ ଦାସ, ବସ୍ତାରୁ ନିତ୍ୟାନନ୍ଦ ସାହୁ, ସୋରରୁ ପର୍ଶୁରାମ ଧଡ଼ା, ସିମୁଳିଆରୁ ଜ୍ୟୋତି ପାଣିଗ୍ରାହୀ, ରେମୁଣାରୁ ସୁଧାଂଶୁ ପରିଡ଼ା । ଜିତିବା ପରେ କାହାର କ’ଣ ରିଆକ୍ସନ ଥିଲା ଚାଲନ୍ତୁ ଦେଖିବା ।

{"id":115514}

ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ବିଜେଡି କ୍ୟାମ୍ପ ଛାଡ଼ି ବସ୍ତାରୁ ବିଜେପି ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଏଥର କିନ୍ତୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏଠି ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିଲେ କଂଗ୍ରେସର ବିଜନ ନାୟକ ।

{"id":115515}

ସୂଟନାଯୋଗ୍ୟ ଯେ, ବଧୂ ନିର୍ଯ୍ୟାତନା ଅଭିଯୋଗରେ ଫଶିବାପରେ ବିଜେଡିରୁ ସସ୍ପେଣ୍ଡ ହୋଇଥିଲେ ରଘୁନାଥ । ତେବେ ବୋହୂ ବର୍ଷା ସୋନୀଙ୍କ ସହ ପ୍ୟାଚଅପ ହେବାପରେ ବିଜେଡି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ତାଙ୍କୁ ଉଠାଜଳ ସେଚନ ନିଗମର ଅଧ୍ୟକ୍ଷ କରିଥିଲା । କିନ୍ତୁ ଟିକଟ ନମିଳିବା ଆଶଙ୍କାରେ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ବିଜେଡି ଛାଡି ବିଜେପିକୁ ଲମ୍ଫମାରିଥିଲେ । ବିଜେପି ତାଙ୍କୁ ତାଙ୍କ ପାମ୍ପରିକ ଆସନ ବସ୍ତା ବିଧାନସବା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରିଥିଲା । ହେଲେ  ରଘୁନାଥ ଜିତିବା ତ ଦୂରର କଥା ତୃତୀୟ ସ୍ଥାନକୁ ଖସିଯାଇଛନ୍ତି ।

{"id":115516}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.