ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଆସିଲା କଲ, ହୋଇପାରନ୍ତି ମନ୍ତ୍ରୀ

Published By : Prameya-News7 Bureau | May 30, 2019 IST

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଟେଲିଫୋନ କଲ ଆସିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରତାପ ଷଡଙ୍ଗୀଙ୍କୁ ଟେଲିଫୋନ କରି ମୋଦିଙ୍କ ଅପରାହ୍ନ ଚା ବୈଠକରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିଛନ୍ତି । ଫଳରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରତାପ ଷଡଙ୍ଗୀଙ୍କୁ ସାମିଲ କରାଯାଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବରୁ ଏହି ବୈଠକକୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମନ୍ତ୍ରଣ କରାସରିଛି । ଫଳରେ ବର୍ତ୍ତମାନ ଓଡିଶାରୁ ଅନ୍ୟୂନ ୨ ଜଣ ମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଛି । ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନାଙ୍କୁ ପରାସ୍ତ କରି  ପ୍ରତାପ ଷଡଙ୍ଗୀ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

{"id":117621}

୨୦୦୪ ଓ ୨୦୦୯ ମସିବହାରେ ପ୍ରତାପ ଷଡଙ୍ଗୀ ନୀଳଗିରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସରଳ ଜୀବନ ଶୈଳୀ ପାଇଁ ବେଶ ଖ୍ୟାତି ଅର୍ଜ୍ଜନ କରିଥିବା ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ କରିବା ପାଇଁ ବାଲେଶ୍ବର ଅଂଚଳରୁ ଦାବୀ ହୋଇ ଆସୁଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.