Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ସଢଙ୍ଗୀ ସଂସ୍କୃତ ଭାଷାରେ ନେଲେ ଶପଥ

17/06/2019 at 12:12 PM

୧୭ତମ ଲୋକସଭା ଅଧିବେଶନ ଓ ରାଜ୍ୟସଭା କାର୍ଯ୍ୟକାଳ ଆରମ୍ଭ ହୋଇସାରିଛି । ରାଷ୍ଟ୍ରସଂଗୀତ ପରେ  ଅଧିବେଶନ ଆରମ୍ଭ କରାଯାଇଛି । ରାଷ୍ଟ୍ରସଂଗୀତ ପରେ ଦିବଙ୍ଗତଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ନବ ନିର୍ବାଚିତ ସାଂସଦ ଶପଥ ଗ୍ରହଣ କରୁଛନ୍ତି । ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦି ଶପଥ ଗ୍ରହଣ କରିବା ସମୟରେ ପୁରା ସଂସଦ ମୋଦି ମୋଦି ନାରାରେ କମ୍ପି ଉଠିଥିଲା ।


ଗାନ୍ଧୀନଗରରୁ ପ୍ରଥମଥର ପାଇଁ ନିର୍ବାଚିତ ହୋଇଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ସୁରକ୍ଷାମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ସାଂସଦ ପଦର ଶପଥ ନେଇଛନ୍ତି । ସଂସଦରେ ଶପଥ ଗ୍ରହଣ ସମାରୋହ ଜାରି ରହିଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ଡ.ହର୍ଷବର୍ଦ୍ଧନ, ରମେଶ ପୋଖରିୟାଲଙ୍କ ସମେତ ଅନେକ ବିରୋଧୀ ଦଳ ନେତା ମଧ୍ୟ ସାଂସଦ ପାଦର ଶପଥ ନେଇଛନ୍ତି ।

ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଏବଂ ଦେବଶରୀ ଚୌଧୁରୀ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ବାବୁଲ ସୁପ୍ରିୟୋ ଏବଂ ଦେବଶରୀ ଚୌଧୁରୀ ଶପଥ ନେବାବେଳେ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ସଂସଦ ।

   Related Posts