ଆସନ୍ତାକାଲି ଉଦଘାଟନ ହେବ ବାଲେଶ୍ୱର ମେଡିକାଲ କଲେଜ ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
2/09/2018 at 3:30 PM

ବାଲେଶ୍ୱର ୨/୯ : ଦୀର୍ଘ ଦିନର ଅପେକ୍ଷା ପରେ ଓ ଦୀର୍ଘ ଦିନର ଆନ୍ଦୋଳନ ପରେ ଆସନ୍ତାକାଲି ବାଲେଶ୍ୱର ରେମୁଣା ଗୋଲାଇ ନିକଟରେ ଉଦଘାଟିତ ହେବାକୁ ଯାଉଛି ବାଲେଶ୍ୱର ସରକାରୀ ମେଡ଼କାଲ କଲେଜ ଓ ହସ୍ପିଟାଲ। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ। ରେମୁଣା ଗୋଲାଇ ନିକଟସ୍ଥ ମେଡ଼କାଲ କଲେଜ ପରିସରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପ୍ରଥମେ ଅତିଥିମାନେ ମେଡ଼କାଲ କଲେଜ ଫାଟକ ନିକଟରେ ଥିବା ବ୍ୟାସକବି ଫକୀରମୋହନଙ୍କର ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହ ଏହାକୁ ଉଦଘାଟନ କରିବେ।
ମେଡ଼କାଲ କଲେଜ ପ୍ରଥମ ବର୍ଷରେ ୯୯ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬ ଜଣ ଛାତ୍ର ଥିବା ବେଳେ ୪୩ ଜଣ ଛାତ୍ରୀ ଅଛନ୍ତି । ପ୍ରଥମ ବର୍ଷରେ ଆନାଟୋମି , ଫିଜିଓଲୋଜି,ବାଇଓ କେମିଷ୍ଟ୍ରି ଓ କମ୍ୟୁନିଟି ମେଡ଼ସିନ ଆଦି ୪ଟି ବିଭାଗରେ ପାଠ ପଢ଼ାଯିବ । ଏଥତ୍ପାଇଁ ୨୪ ଜଣ ଶିକ୍ଷକ ଶିକ୍ଷାଦାନ କରିବାର ବ୍ୟବସ୍ଥା କରାଯାଉଛି। ସେହିଭଳି ଛାତ୍ର ଛାତ୍ରୀମାନଙ୍କର ହଷ୍ଟେଲରେ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ ହୋଇ ସାରିଛି। ଏହା ଛଡା ଅବସର ବିନୋଦନ ପାଇଁ ସେଠାରେ ଜିମ୍ , ବାସକେଟବଲ ଓ ଫୁଟବଲ ଖେଳିବାପାଇଁ ଖେଳ ପଡ଼ିଆ ଓ ଓଡ଼ିଟୋରିୟମର ବ୍ୟବସ୍ଥା ମଧ୍ୟ ରହିଛି।