ଅନୈତିକ କାର୍ଯ୍ୟପାଇଁ ମା ବାଧ୍ୟ କରୁଥିଲା ବୋଲି ଅଭିଯୋଗ କରିଥିବା ନାବାଳିକା ବଦଳେଇଲା ବୟାନ, ପଢନ୍ତୁ କଣ କହିଥିଲେ ଆଉ କଣ କହିଲେ
18/09/2018 at 4:09 PM

ବାଲେଶ୍ବର୧୮|୯: ବାଲେଶ୍ବର ସଦର ପୋଲିସ ଥାନାରେ ଗତ ୧୩ ତାରିଖ ଦିନ ଜଣେ ୧୬ବର୍ଷର ନାବାଳିକାଙ୍କୁ ନେଇ ପହଂଚିଥିଲେ ଜଣେ ସ୍ବେଚ୍ଛାସେବୀ । ତା ପୂର୍ବରୁ ନିଜେ ନାବାଳିକାଙ୍କ ବୟାନର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଖବର ସୋସିଆଲ ମିଡିଆରେ ଦେଖିବାପରେ ଗଣମାଧ୍ୟମ ସ୍ବଚ୍ଚାସେବୀ ଅନୁଷ୍ଠାନରେ ପହଂଚିଥିଲେ ।
ସେଠାରେ ଗଣ ମଧ୍ୟମ ସମ୍ମୁଖରେ ମଧ୍ୟ ନାବାଳିକା କହିଥିଲେ ଯେ, ତାଙ୍କ ମାଁଙ୍କର ଜଣେ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଅଛି । ଏହି ପୁରୁଷ ସବୁବେଳେ ଘରକୁ ଆସନ୍ତି ।ଗତ କିଛି ଦିନ ହେଲା ଏହି ବୟସ୍କ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ମାଁ ତାଙ୍କୁ ପ୍ରବର୍ତ୍ତାଇବା ସହ ତାହା ନକଲେ ମାଡ ମାରୁଥିବା ଅଭିଯୋଗ କରିଥିଲେ । ନିର୍ଯ୍ୟାତନା ସହି ନପାରି ଘର ଛାଡି ଚାଲି ଆସିଛି ବୋଲି ନାବାଳିକା ତାଙ୍କ ବୟାନରେ କହିଥିଲେ ।
ପୋଲିସ ନିକଟରେ ମଧ୍ୟ ନାବାଳିକା ସମାନ ଅଭିଯୋଗ କରିଥିଲେ । ତେବେ ନାବାଳିକା ଆଜି ସିଡବ୍ଲୁସିରେ ଓଲଟା କଥା କହିଛନ୍ତି। ସେ କହିଛନ୍ତି ଯ, ତାଙ୍କ ମାଁଙ୍କ ସମ୍ପର୍କରେ ସେ ଯେଉଁ ଅଭିଯୋଗ କରିଥିଲେ ତାହା ସମ୍ପୂର୍ଣ ମିଥ୍ୟା । ଏଭଳି ମିଥ୍ୟା କହିବା ପାଇଁ ସଂପୃକ୍ତ ସ୍ବେଚ୍ଛାସେବୀ ତାଙ୍କୁ ପ୍ରବର୍ତ୍ତାଇଥିଲେ ।
ପଡୋଶୀ ଘରର ଦୁଇଜଣ ଝିଅ ତାଙ୍କୁ ବିଭିନ୍ନ କଥା କହି ଭୁଲାଇ ସ୍ବେଚ୍ଛାସେବୀ ଶ୍ରଦ୍ଧାଂଜଳି ରାୟଙ୍କ ପାଖକୁ ନେଇଯାଇଥିଲେ । ଶ୍ରଦ୍ଧାଂଜଳି ରାୟ ନାବାଳିକାକୁ ମିଛକଥା ଶିଖାଇ ଏଭଲି ବୟାନ ରେକର୍ଡ କରାଇଥିବା ଆଜି ନାବାଳିକା କହିଛନ୍ତି।
ସୂଚନାଯୋଗ୍ୟ ଯେ, ୧୨ ତାରିଖରେ ଝିଅ ଘରକୁ ନଆସିବାରୁ ୧୩ ତାରିଖରେ ନାବାଳିକାଙ୍କ ମାଁ ବାଲେଶ୍ବର ସଦର ଥାନାରେ ଏତଲା ଦେଇଥିଲେ ।ଅପରପକ୍ଷରେ ଝିଅର ମିଛ ବୟାନ ରେକର୍ଡିଂ କରିବାପରେ ନାବାଳିକାଙ୍କ ମାଁଙ୍କୁ ସ୍ବେଚ୍ଛାସେବୀ ବ୍ଲାକ ମେଲିଂ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ୧୦ ହଜାର ଟଂକା ଦେଲେ ପୋଲିସରେ ଅଭିଯୋଗ ହେବନି ଏବଂ ଝିଅକୁ ଦିଆଯିବ ବୋଲି ସ୍ବେଚ୍ଛାସେବୀ କହିଥିବା ନାବାଳିକାଙ୍କ ମାଁ ପୋଲିସକୁ ଏବଂ ଗଣ ମଧ୍ୟମକୁ କହିଥିଲେ ।
ତେବେ ଏସବୁ ଡ୍ରାମାର ଆଜି ଅନ୍ତ ଘଟିଛି। ନାବାଳିକାକୁ ଆଜି ବାଲେଶ୍ବର ସି ଡ଼ବ୍ଲୁସିରେ ପୁଲିସ ହାଜର କରିବାପରେ ତାର କାଉନ୍ ସିଲିଂ ହୋଇଥିଲା ।ତା ପରେ ସମସ୍ତ ସତ୍ୟ ପଦାକୁ ଆସିଥିଲା।ନାବାଳିକା କଣ ସତ୍ୟକଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଶ୍ରଦ୍ଧାଞଳି କହିଛନ୍ତି ଯେ, ସେ କିଛି ଭୁଲ କରିନାହାଁନ୍ତି। ଆଇନ ଯାହାକୁ ଦୋଷୀ ସାବ୍ୟସ୍ତ କରିବ ତାହାକୁ ସେ ମାନିନବେ।
କୌଣସି ନାବାଳିକାକୁ ପୁଲିସ ୨୪ଘଂଟା ମଧ୍ୟରେ ସି ଡ଼ବ୍ଲୁସିରେ ହାଜର କରିବା ନିୟମ ରହିଛି। ହଲେ ଏହି ଘଟଣାରେ ନାବାଳିକାକୁ ପୁଲିସ ୭୨ ଘଂଟାପରେ ସିଡବ୍ଲୁସିରେ ହାଜର କରାଇଛି। କେଉଠୁ ସମାଜ ସେବୀ ଶ୍ରଦ୍ଧାଞଳି ରାୟ ସେହି ନାବାଳିକାକୁ ଆଣିଲେ ସେ ସଂପର୍କରେ ପୁଲିସ ଓ ସିଡ଼ବ୍ଲୁସିକୁ କିଛି କହିପାରିନାହାଁନ୍ତି।
କୌଣସି ନାବାଳିକାଙ୍କ ଫଟୋ ବା ବୟାନ ସୋସିଆଲ ମେଡ଼ିଆରେ ଛଡ଼।ଯାଇପାରିବ ନାହିଁ ବୋଲି ସୁପ୍ରିମ କୋଟଙ୍କ କଡ଼। ନିର୍ଦ୍ଦଶେ ରହିଥିବାବେଳେ ସମାଜସେବୀ ନାବାଳିକାର ବୟାନ ଭିଡ଼ିଓରେ ରେକଡ଼ କରି କେମିତି ସୋସିଆଲ ମେଡ଼ିଆରେ ପୋଷ୍ଟ କଲେ ତାକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣାରେ ଯେଉଁମାନେ ଦୋଷ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଡବ୍ଲୁସିର ଚେୟାରମ୍ୟାନ ଭାଗିରଥୀ ବାରିକ, କହିଛନ୍ତି।
ଏବେ ଘଟଣାର ଅଧତ୍କ ଖୋଳତାଡ଼ ଚାଲିଛି । ସି ଡ଼ବ୍ଲୁସି ଅଧତ୍କ ଦୋଷ ଦେଉଛି ପୁଲିସକୁ। ହଲେ ଝିଅ ଦୋଷ ଦେଉଛି ଶ୍ରଦ୍ଧାଞଳି ରାୟଙ୍କୁ । ତାଙ୍କରିପାଇଁ ଆଜି ଏତେ କଥା ହେଲା