ବାଲେଶ୍ବର ୪|୧୨: ଧାନ-ପାନ-ମୀନ ହିଁ ବାଲେଶ୍ବର ଲୋକଙ୍କ ଜୀବନ ଜୀବିକା । ଜିଲ୍ଲାର ଉଦୟପୁର ଠାରୁ ଧାମରା ପର୍ଯ୍ୟନ୍ତ ୮୦କିଲୋମିଟର ସମୂଦ୍ର ଉପକୂଳିଆ ଅଂଚଳରେ ଲୋକେ ସାଧାରଣତଃ ସମୁଦ୍ର ମାଛ ଧରି ନିଜର ଗୁଜରାଣ ମେଣ୍ଟାନ୍ତି । ହେଲେ ଏବେ ସେଠି ପଶ୍ଚିମବଙ୍ଗ ମତ୍ସଜୀବୀଙ୍କ ଅବାଧ ପ୍ରବେଶ ଓ ମାଛ ଯାଆଁଳ ଲୁଟ୍ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ାଇଛି । ଏନେଇ ସେମାନେ ପୋଲିସର ପାଖରେ ଫେରାଦ୍ ହୋଇଥିଲେ ମଧ୍ୟ କିଛି ବି ଫରକ ପଡ଼ୁନି । ଆଉ ଅଫିସରେ ବସି ବସି ଆଇନକାନୁନ୍ର ପାଠ ପଢ଼ାଉଛନ୍ତି ଜିଲ୍ଲାର ମତ୍ସ୍ୟ ସମ୍ପଦ ଅଧିକାରୀ ।
ଆମ ଏରିଆ । ଆମ ମୁହାଣ । ହେଲେ ରାଜ୍ କରୁଛନ୍ତି ପଶ୍ଚିମବଙ୍ଗ ମତ୍ସ୍ୟଜୀବୀ । ଆଉ ସବୁଠୁ ବଡ଼ କଥା ହେଲା ଆମ ଲୋକଙ୍କ ଅଭିଯୋଗ ପରେ ବି ହାତବାନ୍ଧି ବସିଛି ଆମ ପୋଲିସ । ତେଣେ ଫିଲ୍ଡକୁ ନଯାଇ ଅଫିସରେ ବସି ବସି ଆଇନକାନୁନ୍ର ପାଠ ପଢ଼ାଇବାକୁ ଚେଷ୍ଟା କରୁଛନ୍ତି ଜିଲ୍ଲାର ମତ୍ସ୍ୟ ସମ୍ପଦ ବିଭାଗ ଅଧିକାରୀ । ଧାନ-ପାନ-ମୀନ ହିଁ ବାଲେଶ୍ବର ଲୋକଙ୍କ ଜୀବନ ଜୀବିକା । ଜିଲ୍ଲାର ଉଦୟପୁର ଠାରୁ ଧାମରା ପର୍ଯ୍ୟନ୍ତ ୮୦କିଲୋମିଟର ସମୂଦ୍ର ଉପକୂଳିଆ ଅଂଚଳରେ ଲୋକେ ସାଧାରଣତଃ ସମୁଦ୍ର ମାଛ ଧରି ନିଜର ଗୁଜରାଣ ମେଣ୍ଟାନ୍ତି । ହେଲେ ସେଠି ଏବେ କିଛି ଅସାଧୁ ବ୍ୟବସାୟୀ ଓ ପଶ୍ଚିମବଙ୍ଗ ମତ୍ସ୍ୟଜୀବୀଙ୍କ ଦବଙ୍ଗଗିରି ଚାଲିଛି । ଦି‘ ଚାରି ବର୍ଷ ହେଲାଣି ସେମାନେ ପରକ୍ଷୀ, ବଳରାମଗଡ଼ି, କଷାଫଳ, ବାହାବଳପୁର ଆଦି ମୁହାଣରୁ କୁଇଣ୍ଟାଲ କୁଇଣ୍ଟାଲ ମାଛ ଜାଆଁଳ ଲୁଟି ନେଉଛନ୍ତି । ଫଳରେ ବାଲେଶ୍ବର ଉପକୂଳରେ ମତ୍ସ୍ୟଜୀବୀଙ୍କ ଜୀବୀକା ବହୁମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି ।
ପଶ୍ଚିମବଙ୍ଗ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ ଆଉ ଯାଆଁଳ ଲୁଟ୍ ସମ୍ପର୍କରେ ଲୋକେ ପୋଲିସ ପାଖରେ ଫେରାଦ୍ ହୋଇଥିଲେ ବି ଆକ୍ସନ ଜିରୋ । ଏ ସମ୍ପର୍କରେ ଆମେ ଜିଲ୍ଲାର ମତ୍ସ୍ୟ ସମ୍ପଦ ଅଧକାରୀ ବାରିସା ମୁର୍ମୁଙ୍କୁ ପଚାରିବାରୁ ସେ କେବଲ ଅଫିସରରେ ବସି ଆଇନର ପାଠ ପଢ଼ାଇଥିଲେ ।
ସ୍ଥାନୀୟ ପ୍ରଶାସନର ଅବହେଳାରୁ ବାଲେଶ୍ବର ଜିଲ୍ଲା ସୀମାରେ ପଶ୍ଚିମବଙ୍ଗ ସରକାର କେମିତି ବେଆଇନ୍ ହୋର୍ଡିଂ ଲଗାଇବାକୁ ସାହସ କରିଥିଲେ ତାହା ନିକଟ ଅତୀତରେ ଦେଖିବାକୁ ମିଳିଥିଲା । ନ୍ୟୁଜ୍ ସେଭେନ୍ରେ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଥିଲେ ସରକାର । ଏବେ ଜିଲ୍ଲାର ମତ୍ସ୍ୟ ସମ୍ପଦର ସୁରକ୍ଷାକୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ । ପୁଣି ଥରେ ସାମ୍ନାକୁ ଆସିଛି ଜିଲ୍ଲା ପୋଲିସ ଓ ପ୍ରଶାସନର ଅବହେଳାର ଚିତ୍ର ।