ବାଲେଶ୍ବର ଜିଲ୍ଲାପାଳଙ୍କ ଗାଡି ମାନୁନି ନୂଆ ମୋଟର ଯାନ ଆଇନ !

Published By : Prameya-News7 Bureau | October 26, 2019 IST

ବାଲେଶ୍ୱର ୨୬।୧୦ -  ଜାତୀୟ ମୋଟର ଭେଇକିଲ ଆଇନ୍‌ କଡ଼ାକଡି ହେବା ପରେ ଗାଡି ଚାଳକଙ୍କ କୋକୁଆ ଭୟ ସୃଷ୍ଟି ହୋଇଛି ।  ସ୍କୁଟି ଚାଳକଙ୍କ ଠାରୁ ଆରମ୍ଭ କରି ହେଭି ଭେଇକିଲ୍‌ ନିୟମ ଖିଲାପ କଲେ ଗଣୁଛନ୍ତି ମୋଟା ଅଙ୍କର ତଣ୍ଡ । ତେବେ ଖୋଦ ଆଇନ୍‌ ରକ୍ଷକ ଜିଲ୍ଲାପାଳଙ୍କ କ୍ଷେତ୍ରରେ ଏଭଳି ନିୟମ ବ୍ୟତିକ୍ରମ କାହିଁକି ?  ବାଲେଶ୍ବର ଜିଲ୍ଲାପାଳଙ୍କ  ଗାଡି ନମ୍ବର ପ୍ଲେଟ ନିୟମ ବାହାରେ ଆଉ ତା ସହ କମର୍ସିଆଲ ଗାଡିରେ ପ୍ରାଇଭେଟ ନମ୍ବର ପ୍ଲେଟ ଲେଖି ଉକ୍ତ ଗାଡି ବ୍ୟବହାର କରୁଛନ୍ତି  ଜିଲ୍ଲାପାଳ । ଯାହାକି ମୋଟର ଭେଇକିଲ ନିୟମର ପୁରା ଉଲଙ୍ଘନ ....

{"id":175230}

.ଗାଡି ନମ୍ବର OD01 Z1011 । ନମ୍ବର ପ୍ଲେଟ୍ ଉପରେ ଲେଖାଯାଇଛି ଜିଲ୍ଲାପାଳ ବାଲେଶ୍ବର । ଗାଡିର ପଛ କାଚରେ ବି ଲେଖା ହୋଇଛି  ଓଡିଶା ଶାସନ । ତେବେ ଆପଣ ଭାବୁଥିବେ ଅସୁବିଧା  କଣ ?  ଅସୁବିଧା ହେଉଛି ଯେ ଜିଲ୍ଲାପାଳ ଚଢୁଥିବା ଏହି ଗାଡିଟିର ନମ୍ବର ପ୍ଲେଟ୍‌ ପ୍ରାଇଭେଟ କିନ୍ତୁ  ଗାଡିର ରେଜିଷ୍ଟ୍ରେସନ କମର୍ସିଆଲ । ଯାହାକି ନିୟମ କରୁଛି ଗାଡି ନମ୍ବର ହଳଦିଆ ପ୍ଲେଟ ଉପରେ କଳା ଅକ୍ଷରରେ ଲେଖା ହେବା କଥା ।

{"id":175231}

କିନ୍ତୁ  ଏଠି ଧଳା ପ୍ଲେଟ୍‌ ଉପରେ କଳା ଅକ୍ଷରରେ ଲେଖାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଖୋଦ୍ ଜିଲ୍ଲାପାଳ ଆଇନ୍‌ ରକ୍ଷକ ହୋଇ ଏଭଳି ନିୟମ ଉଲଙ୍ଘନ କଲେ କେମିତି ? ଭାରତୀୟ ମୋଟର ଭେଇକିଲ ଆଇନ୍‌ କଣ ଜିଲ୍ଲାପାଳଙ୍କ ପାଇଁ ଗୋଟିଏ ଆଉ ସାଧାରଣ ଲୋକଙ୍କ ପାଇଁ  ଅଲଗା ନିୟମ । ଯାହାକୁ ନେଇ ଏକ ବଡ ବ୍ରଶ୍ନ ଉଠିବା ସ୍ବାଭାବିକ ।ତେବେ ଏନେଇ କଣ କହୁଛନ୍ତି ଜିଲ୍ଲାପାଳ….

{"id":175233}

 ମୋଟର ଭେହିକିଲ୍ ଆକ୍ଟର ସେକ୍ସନ 192 ଅନୁସାରେ ଗାଡିର ନମ୍ବର ପ୍ଲେଟ ଠିକ୍ ଭାବେ ଡିସପ୍ଲେ ନକଲେ 5 ହଜାର ଟଙ୍କା ଫାଇନ ନିୟମ ରହିଛି ।  ଏସବୁ ଜାଣି ମଧ୍ୟ ଜିଲ୍ଲାପାଳ ନିଜେ କିପରି ଏସବୁର ଉଲଙ୍ଘନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.