Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ବାଲେଶ୍ବର ସଦରରେ ଷଷ୍ଠ ରାଉଣ୍ଡ ଗଣତି ଶେଷ, ୨୩୯୬ ଭୋଟ୍‌ରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଆଗୁଆ

10/11/2020 at 1:19 PM

ଭୁବନେଶ୍ବର ୧୦।୧୧: ବାଲେଶ୍ବର ଓ ତିର୍ତ୍ତୋଲ ଉପ ନିର୍ବାଚନ ଭୋଟ୍ ଗଣତି ଚାଲିଛି । ବାଲେଶ୍ବର ସଦର ବିଧାନସଭା ଆସନରେ ଷଷ୍ଠ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି । ବାଲେଶ୍ବର ବିଧାନସଭା ଆସନରେ ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଆଗୁଆ ରହିଛନ୍ତି । ମୋଟ୍ ୨୫ଟି ରାଉଣ୍ଡରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ବାଲେଶ୍ବରରେ ଷଷ୍ଠ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି ।

ଷଷ୍ଠ ରାଉଣ୍ଡ ଭୋଟ୍ ଗଣତି ପରେ ବାଲେଶ୍ବର ସଦର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୨୩୯୬ ଖଣ୍ଡ ଭୋଟ୍ ରେ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ୨୧୯୧୧, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୧୯୫୧୫ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୫୨୩ ଖଣ୍ଡ ଭୋଟ୍ ମିଳିଛି ।

ରାଜ୍ୟରେ ଗତ ୩ ତାରିଖ ଦିନ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ନିର୍ବାଚନ ହୋଇଥିବା ଆସନରେ ଭୋଟ୍ ଗଣତି ଜାରି ରହିଛି । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଓ ଜଗତସିଂହପୁରର ଏସଭିଏମ୍ କଲେଜରେ ଭୋଟ୍ ଗଣତି ଚାଲିଛି । କୋଭିଡ଼ ସ୍ଥିତିକୁ ଦେଖି ଗୋଟିଏ ରୁମ୍‌ରେ ୧୪ଟି ଟେବୁଲ୍‌ ବଦଳରେ ୭ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୩ଟି ଭୋଟ୍ ଗଣତି ହଲ୍‌ ଗଣତି ଚାଲିଛି ।

ଗଣତି ପାଇଁ ୬୭ ଆରଓ ଓ ଏଆରଓ ନିଯୁକ୍ତ ହୋଇଛନ୍ତି । ବାଲେଶ୍ଵର ପାଇଁ ୩ ଏଆରଓ ଓ ତିର୍ତ୍ତୋଲ ପାଇଁ ୨ ଏଆରଓ ନିଯୁକ୍ତି ହୋଇଛନ୍ତି । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି । ଭୋଟ୍ ଗଣନା ସରିବା ପରେ ୫ଟି VVPATରେ ମଧ୍ୟ ଗଣନା ହେବ । ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

   Related Posts