Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଜୋର୍ ଧରିଲା ବାଲେଶ୍ୱର ଉପ ନିର୍ବାଚନ ପ୍ରସ୍ତୁତି : ରଣନୀତି ତିଆରିରେ ଲାଗି ପଡିଛନ୍ତି ବିଜେପି ଓ କଂଗ୍ରେସ, ବିଜେଡି ନେତାଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଲୋଚନା

23/09/2020 at 7:52 PM

ବାଲେଶ୍ୱର, ୨୩ ।୦୯:  ବାଲେଶ୍ବର ଉପନିର୍ବାଚନ ପ୍ରସ୍ତୁତି ଜୋର ଧରିଛି ।  ବାଲେଶ୍ବରରେ ୩ ତିନ ଡେରା ପକାଇ ବିଜେଡିର ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ  ଥିବା ମନ୍ତ୍ରୀ ପ୍ରତାପ ଜେନା  ଜିଲ୍ଲାର ଦଳୀୟ ବିଧାୟକ ଓ କର୍ମକର୍ତ୍ତାଙ୍କୁ ଡାକି ମତାମତ ନେଇଛନ୍ତି । ଏହାସହ ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନାଙ୍କ ଦଳ ଛାଡିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ସେପଟେ ବାଲେଶ୍ବରରେ ବିଜେପି ଓ କଂଗ୍ରେସ ମଧ୍ୟ ସେମାନଙ୍କ ରଣନୀତି ତିଆରିରେ ଲାଗିଛନ୍ତି । କଂଗ୍ରେସ ୬ ଜଣିଆ ପ୍ରାର୍ଥୀତାଲିକା ଏଆଇସିସିକୁ ପଠାଇଛି । ବିଜେପି ଦଳର ଦିବଗନ୍ତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିବ ବୋଲି ଗ୍ରୀନ ସିଗନାଲ ଦେଇସାରିଛି ।

ବାଲେଶ୍ବର ବିଧାନସଭା ଆସନ ପାଇଁ ବିଗ୍‌ ପ୍ଲାନ୍‌ରେ ବିଜେଡି । ବାଲେଶ୍ବର ସଦର ବିଧାନସଭା ଉପ ନିର୍ବାଚନ ଆଗରୁ ବିଜେଡି କଷିଛି ଅଙ୍କ । ବାଲେଶ୍ବର ସଦର ବିଧାନସଭା ନିର୍ବାଚନରେ ବିଜେଡିର ରଣନୀତି କଣ ହେବ  ସେନେଇ ଜିଲ୍ଲାର ନେତା, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସହ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ବିଚାର ବିମର୍ଷ କରିଛନ୍ତି ।ସେ ଜିଲ୍ଲାରେ ଡେରାପକାଇ ଅସନ୍ତୋଷ ଥିବା ନେତାଙ୍କୁ ମନାଇବା ପାଇଁ ବି ଉଦ୍ୟମ କରିଛନ୍ତି । କୁହାଯାଉଛି ଦାୟୀତ୍ବ ବଣ୍ଟାକୁ ନେଇ ଦଳରେ କୁଆଡେ ଥିଲା ଅସନ୍ତୋଷ । ଏହାକୁ ନେଇ ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଦଳ ଛାଡିବେ ବୋଲି ବାଲେଶ୍ବର ଠୁ ଭୁବନେଶ୍ବର ଯାଏ ଚର୍ଚ୍ଚା ଲାଗିଥିଲା । ରବିନ୍ଦ୍ରଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ ତାଙ୍କ ସମର୍ଥକ । କିନ୍ତୁ ନିଜେ ରବିନ୍ଦ୍ର କହିଛନ୍ତି ତାଙ୍କ ମନରେ ଅସନ୍ତୋଷ ନାହିଁ କି ସେ ଦଳ ଛାଡିବେନି । ସେପଟେ ଜିଲ୍ଲା ପର୍ଯ୍ୟବେକ୍ଷକ କହିଛନ୍ତି ଦଳରେ ଏପର୍ଯ୍ୟନ୍ତ କାହାକୁ କିଛି ଦାୟୀତ୍ବ ମିଳିନି କି ଅସନ୍ତୋଷ ନାହିଁ । ଉପ ନିର୍ବାଚନ ପ୍ରାର୍ଥୀ ଚୟନ, ରଣକୌଶଳ ଓ କେଉଁ ନେତା କେଉଁ ଦାୟୀତ୍ବରେ ରହିବେ ତାହା ବିଜେଡି ସୁପ୍ରିମୋ ଚୁଡାନ୍ତ ନିଷ୍ପତ୍ତି ନେବେ ।

ବାଲେଶ୍ବର ଉପନିର୍ବାଚନ ପ୍ରସ୍ତୁତି ଲାଗି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଏକ ଟିମ୍‌ ଗଢିଛି । ଏହି ଟିମ୍‌ ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ଲାଗି ୬ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଛି । ୬ଜଣଙ୍କ ଭିତରୁ କିଏ ପ୍ରାର୍ଥୀ ହେବ ତାହା  ସିଇସି ନିଷ୍ପତ୍ତି ନେବେ । ପିସିସି ଦାୟିତ୍ବରେ ଥିବା ନୂଆ ପର୍ଯ୍ୟବେକ୍ଷକ ଚେଲାକୁମାରଙ୍କ ଅନୁସାରେ ଦଳ ଏହି ଉପ ନିର୍ବାଚନ ଲଢିବାକୁ ରଣନୀତି କରୁଛି । ସେପଟେ  ବାଲେଶ୍ବର ବିଧାନସଭା ଆସନ ବିଜେପି ହାତରେ ଥିଲା । ଦଳର ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ବ ଦେଇ ଆଗକୁ ଛାଡିଛି ବିଜେପି । ପ୍ରାର୍ଥୀ କିଏ ହେବ ତାହା ସ୍ଥାନୀୟସ୍ତରରେ ଚୁଡାନ୍ତ ହୋଇ ସାରିଛି ଓ  ବାଲେଶ୍ବରରେ ବିଜେଡି ଅସନ୍ତୋଷରୁ ବିଜେପି ଫାଇଦା ନେବ ବୋଲି ଇଶାରା ଦେଇଛି ।

ନଭେମ୍ବର ୨୯ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେଣୁ ସମୟ ପାଖେଇ ଆସୁଥିବାରୁ ଜିତାପଟ ଲାଗି ରଣନୀତି ଓ ଦଳୀୟ ପ୍ରାର୍ଥୀ ଚୟନରେ ଲାଗି ଏବେ ସବୁ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା ।

   Related Posts