Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜୋର୍ ଧରିଲାଣି ବାଲେଶ୍ୱର ଉପନିର୍ବାଚନ ତାତି : ପ୍ରସ୍ତୁତି ଆରମ୍ଭ କଲାଣି ବିଜେଡି, ରଣନୀତି ତିଆରିରେ ଲାଗିଛନ୍ତି ବିଜେପି ଓ କଂଗ୍ରେସ

22/09/2020 at 6:47 PM

ବାଲେଶ୍ୱର, ୨୨ ।୦୯:   ଜୋର ଧରିଲାଣି ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ତାତି । ବାଲେଶ୍ବରରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି । ବିଜେଡିର ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ  ଥିବା ମନ୍ତ୍ରୀ ପ୍ରତାପ ଜେନା  ଜିଲ୍ଲାର ଦଳୀୟ ବିଧାୟକ ଓ କର୍ମକର୍ତ୍ତାଙ୍କୁ ଡାକି ମତାମତ ନେଇଛନ୍ତି । ସେପଟେ ବାଲେଶ୍ବରରେ ବିଜେପି ଓ କଂଗ୍ରେସ ମଧ୍ୟ ସେମାନଙ୍କ ରଣନୀତି ତିଆରିରେ ଲାଗିଛନ୍ତି । କଂଗ୍ରେସ ୬ ଜଣିଆ ପ୍ରାର୍ଥୀତାଲିକା ଏଆଇସିସିକୁ ପଠାଇଛି । ବିଜେପି ଦଳର ଦିବଗନ୍ତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିବ ବୋଲି ଗ୍ରୀନ ସିଗନାଲ ଦେଇସାରିଛି ।

ବାଲେଶ୍ବର ବିଧାନସଭା ଆସନ ପାଇଁ ବିଗ ପ୍ଲାନରେ ବିଜେଡି । ବାଲେଶ୍ବର ସଦର ବିଧାନସଭା ଉପ ନିର୍ବାଚନ ଆଗରୁ ଏହେଉଛି ବିଜେଡିର ସମର ସଜ୍ଜା । ବାଲେଶ୍ବର ସଦର ବିଧାନସଭାରେ ବିଜେଡିର ରଣନୀତି କଣ ହେବ? କିଏ ଦଳୀୟ ପ୍ରାର୍ଥୀ ହେଲେ ଭଲ ହେବ ? ସେନେଇ ଜିଲ୍ଲାର ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ମତ ଲୋଡୁଛନ୍ତି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ମନ୍ତ୍ରୀ ପ୍ରତାପ ଜେନା  । ବାଲେଶ୍ବର ସ୍ପେଶାଲ ସର୍କିଟ ହାଉସ ପରିସରରେ ବସିଥିଲା ବିଜେଡିର ପ୍ରସ୍ତୁତି ବୈଠକ। ବୈଠକରେ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ, ପରାଜିତ ପ୍ରାର୍ଥୀ ଓ କର୍ମକର୍ତ୍ତା  ଉପସ୍ଥିତ ଥିଲେ । ବୈଠକରେ  ଉପ ନିର୍ବାଚନ  ପ୍ରାର୍ଥୀ ଚୟନ, ରଣକୈଶଳ ନେଇ ବିଷଦ ଭାବେ ଆଲୋଚନା ହୋଇଛି । ନେତାଙ୍କ ମତକୁ ନେଇ ବିଜେଡି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ରଖାଯିବ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ।

ବାଲେଶ୍ବର ଉପନିର୍ବାଚନ ପ୍ରସ୍ତୁତି ଲାଗି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଏକ ଟିମ୍‌ ଗଢିଛି । ଏହି ଟିମ୍‌ ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ଲାଗି ୬ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଇଛି । ୬ଜଣଙ୍କ ଭିତରୁ କିଏ ପ୍ରାର୍ଥୀ ହେବ ତାହା  ସିଇସି ନିଷ୍ପତ୍ତି ନେବେ । ପିସିସି ଦାୟିତ୍ବରେ ଥିବା ନୂଆ ପର୍ଯ୍ୟବେକ୍ଷକ ଚେଲାକୁମାରଙ୍କ ଅନୁସାରେ ଦଳ ଏହି ଉପ ନିର୍ବାଚନ ଲଢିବାକୁ ରଣନୀତି କରୁଛି । ସେପଟେ  ବାଲେଶ୍ବର ବିଧାନସଭା ଆସନ ବିଜେପି ହାତରେ ଥିଲା । ଦଳର ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ବ ଦେଇ ଆଗକୁ ଛାଡିଛି ବିଜେପି । ମାନସ ହିଁ ବିଜେପି ପ୍ରାର୍ଥୀ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।  ବାଲେଶ୍ବକୁ ପୁଣି ବିଜେପି ହାତେଇ ବ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ନଭେମ୍ବର ୨୯ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ତେଣୁ ସମୟ ପାଖେଇ ଆସୁଥିବାରୁ ଜିତାପଟ ଲାଗି ଏବେ ସବୁ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା ।

   Related Posts