Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ରେମୁଣା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଦଢ଼େକୋଟି ଟଙ୍କାର ଠକେଇ: ଅର୍ଥନୀତି ଅପରାଧ ଶାଖା ଧରିଲା ଜଣକୁ

15/12/2018 at 8:09 PM

ବାଲେଶ୍ବର୧୫|୧୨: ମୃତବ୍ୟକ୍ତିକୁ ଜୀବିତ ଦର୍ଶାଇ ଆଜିକୁ ୪ବର୍ଷ ହେବ ସେହିଲୋକଙ୍କ ନାଁରେ ଉଠା ଯାଉଥଲା ଟଙ୍କା। ଏହା ମଧ୍ୟରେ ୩ଜଣ ବ୍ୟାଙ୍କ ମ୍ୟାନେଜରଙ୍କର ବଦଳି ହୋଇଗଲାଣି । ହେଲେ କେହି ପାଇପାରୁନଥିଲେ ତାର ଟେର। ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ କରୁଥିଲା ଏହି ଘୋଟାଲା। ଆଜି ସେ ଧରାପଡ଼ଛି ଅର୍ଥନିତୀ ଅପରାଧ ଶାଖା ପାଖରେ।

ଘଟଣାଟି ଏହିପରି- ବାଲେଶ୍ବର ରେମୁଣା ଥାନା ଅନ୍ତର୍ଗତ ରେମୁଣା ବଜାରରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ପ୍ରଭାତ ଦାସନାମକ ଜଣେ ଯୁବକ ବିଜିନେସ୍ କୋର୍ଡିନେଟର ଭାବରେ କାର୍ଯ୍ୟ କରିଆସୁଥିଲେ। ତାର ବାପା ବୃନ୍ଦାବନ ଦାସ ସେଠାରେ ପିଅନ ଭାବରେ କାର୍ଯ୍ୟ କରୁଥିଲେ।

ବୃନ୍ଦାବନଙ୍କର ଅବସର ପରେ ତାଙ୍କର ପୁଅ ପ୍ରଭାତକୁ ସେଠାରେ  ଅସ୍ଥାଇ ଭାବରେ ରଖା ଯାଇଥିଲା। ପ୍ରଭାତ ଭଲ ସ୍କୁଟର ଚଳାଇ ପାରୁଥିବାରୁ ସମସ୍ତକର୍ମଚାରୀ ତାଙ୍କୁ ଭଲ ପାଉଥିଲେ। ପ୍ରଭାତ ଲୋକଙ୍କର ପେନସନଟଙ୍କା ଉଠାଇବା କାର୍ଯ୍ୟ ମଧ୍ୟ କରେ। ଗତ ୨୦୧୪ ମସିହାରେ ରେମୁଣା ବ୍ରହ୍ମଣଦାର  ଶିକ୍ଷକ ପର୍ଶୁରାମ ଗିରି ଓ ନରହରି ପୁରର ଗଣେଶ୍ବରବହେରାଙ୍କର ସ୍ତ୍ରୀ ସାବିତ୍ରୀ ବହେରା ମୃତ୍ୟୁ ବରଣ କରିଥିଲେ ।ତେବେ ସେ ବଂଚିଛନ୍ତିବୋଲି ମିଛ ସାର୍ଟିଫିକେଟଦେଖାଇ ତାଙ୍କର ମାସକୁ ପେନସନ ବାବଦ ୧୫ହଜାର ।  ଟଙ୍କା ଏଟିଏମ୍ ରୁ ନେଇ ଯାଉଥିଲେ ପ୍ରଭାତ।ଏହି ଘଟଣାରେ ସାବିତ୍ରୀଙ୍କର ପୁଅ ବ୍ରହ୍ମ ଜ୍ୟୋତି ବେହେରା ମଧ୍ୟ ଜଡ଼ତି ଥିବା ଜଣାପଡିଛି ।୨୦୧୮ମସିହା ପର୍ଯ୍ୟନ୍ତ ସେ ୧କୋଟି ୩୨ଲକ୍ଷ ଟଙ୍କା ଏହି ଭଳି ଲୁଟୁଥିଲେ।

ଏବେ ଏହି ବ୍ରାଂଚକୁ ଜଣେ ନୂଆ ମ୍ୟାନେଜର ଆସିଛନ୍ତି। ସେ ସମସ୍ତ କଥା ଅବଗତ ହୋଇ ପ୍ରଭାତ ଦାସ ବିରୋଧରେ ଅର୍ଥନୀତି ନିୟନ୍ତ୍ରଣ ଶାଖାକୁ ଜଣାଇଥିଲେ ଓ ପ୍ରଭାତଙ୍କ ବିରୋଧରେ ଗତ୧୨ତାରିଖରେ ଏକ ମାମଲା ରୁଜ୍ଜୁ କରିଥିଲେ। ଫଳରେ ଅର୍ଥନୀତି ଅପରାଧ ଶାଖାର ୪ଜଣିଆ ଗତକାଲି ରାତିରେ ରେମୁଣା ଆସି ରାତି ୧୨ଟାରେ ପ୍ରଭାତକୁ ଘରୁ ଗିରଫ କରି ରେମୁଣା ଥାନାକୁ ନେଇଥିଲେ ।  

ପ୍ରଭାତର ସ୍ତ୍ରୀଙ୍କର କହିବାକଥା ବ୍ୟାଙ୍କକର୍ମଚାରୀମାନେ ସମସ୍ତ ଟଙ୍କା ହଡ଼ପ କରି ପ୍ରଭାତଙ୍କ ନାମରେ ଦୋଷ ଲଦିଦେଇଛନ୍ତି । ପ୍ରଭାତଙ୍କ କିଛି ଦୋଷ ନାହଁ।

   Related Posts