ପୁଣି ମାତିଲେ ଏଟିଏମ ଲୁଟେରା ; ୨ଟି ଏଟିଏମରୁ ପ୍ରାୟ ୩୫ଲକ୍ଷ ଲୁଟ

Published By : Prameya-News7 Bureau | May 05, 2018 IST

ବାଲେଶ୍ୱରରେ ପୁଣି ମାତିଲେ ଏଟିଏମ ଲୁଟେରା | ବାଲେଶ୍ୱର ୨ଟି ଜାଗାରୁ ଏଟିଏମରୁ ଟଙ୍କା ଲୁଟ କରି ନିଆଁ ଲଗାଇଦେଇଛନ୍ତି ଦୁର୍ବୁର୍ତ୍ତ | ଗୋଟିଏ ବୋଲେରୋରେ ୫ରୁ ୬ ଜଣ ଲୁଟେରା ପ୍ରଥମେ ସୁନାହାଟ ଛକ ନିକଟରେ ଥିବା ଏଟିଏମ ପହଂଚି ସିସିଟିଭି କ୍ୟାମେରାକୁ ଭାଙ୍ଗି ଏଟିଏମ ମେସିନର ପଛ ପାଖକୁ ଗ୍ୟାସ କଟରରେ କାଟି ଟଙ୍କା ଲୁଟି ନେଇଥିଲେ | ଟଙ୍କା ଲୁଟିବା ପରେ ସେଥିରେ ନିଆଁ ଲଗାଇଦେଇଥିଲେ | ସେଇଠୁ ଯାଇ ଆଇଟିଆଇ ଛକରେ ଥିବା ଏଟିଏମରେ ସମାନ ଭାବେ ଲୁଟ କରିଥିଲେ | ତେବେ ସୁନାହାଟ ଏଟିଏମରୁ ପ୍ରାୟ ୧୦ଲକ୍ଷ ଓ ଆଇଟିଆଇ ଏଟିଏମରୁ ପ୍ରାୟ ୨୫ଲକ୍ଷରୁ ଅଧିକ ଟଙ୍କା ଲୁଟ ହେଇଥିବା ଅନୁମାନ କରାଯାଉଛି | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.