Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ

24/10/2020 at 7:33 PM

ବାଲେଶ୍ୱର, ୨୪।୧୦:   ନିର୍ବାଚନ ପାଖେଇ ଆସୁଥିବା ବେଳେ ବାଲେଶ୍ବର ଓ ତିର୍ତ୍ତୋଲରେ ଜମୁଛି ପ୍ରଚାର । ମାରାଥନ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ତିର୍ତ୍ତୋଲ ପାଇଁ ଭର୍ଚୁଆଲ୍‌ ରାଲି କରିଥିବା ବେଳେ ଆଜି ବାଲେଶ୍ବର ରୁପସାରେ ଜନସଭା କରି ବିଜେଡି ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୨ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ତା’ର ସଠିକ୍‌ ବିନିଯୋଗ କରିପାରି ନାହାନ୍ତି । ଏଥି ସହ ବାଲେଶ୍ବରର ଅର୍ଥନୈତିକ ପେଣ୍ଠସ୍ଥଳୀ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର । ଗତକାଲି ତିର୍ତ୍ତୋଲରେ ଭର୍ଚ୍ଚୁଆଲ୍‌ ର୍ୟାଲି ପରେ ଆଜି ବାଲେଶ୍ବରରେ ସିଧା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୁପ୍‌ସା ଦଲଦଲି ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ ସିଧା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । କହିଥିଲେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ୨୨ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ତା’ର ସଠିକ୍‌ ବିନିଯୋଗ କରିପାରି ନାହାନ୍ତି । କରୋନା କାଳରେ ରାଜ୍ୟ ସରକାରଙ୍କ ସମ୍ବେଦନହୀନତା ପଦାରେ ପଡ଼ିଛି । ୨୦ବର୍ଷ ଧରି ଶାସନ କ୍ଷମତାରେ ରହିଛି ବିଜେଡି ସରକାର । ହେଲେ ବାଲେଶ୍ବର ଜିଲ୍ଲାର ହଜାର ହଜାର ଶିକ୍ଷିତ ଯୁବକ କାମ ସନ୍ଧାନରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ବାଲେଶ୍ବରର ବିକାଶ ବିଜେପିର ମୁଖ୍ୟ ପ୍ରସଙ୍ଗ । ଆଗାମୀ ଦିନରେ ବାଲେଶ୍ବର ଅର୍ଥନୈତିକ ପେଣ୍ଠସ୍ଥଳୀ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

ପ୍ରଜାତନ୍ତ୍ରରେ କାହାର ଅହଂକାର ରହିନାହିଁ । ଲୋକେ ଚାହିଁଲେ ଶାସକ ଦଳର ଅହଂକାର ଭାଙ୍ଗିବ ଏବଂ ବାଲେଶ୍ବର ପ୍ରଧାମନ୍ତ୍ରୀ  ମୋଦିଙ୍କ ବିକାଶଧାରାରେ ସାମିଲ୍‌ ହୋଇପାରିବ ବୋଲି କହିଥିଲେ ଧର୍ମେନ୍ଦ୍ର ।  କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ  ବାଲେଶ୍ବର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଜି ବାଲେଶ୍ବର ପ୍ରଚାର ମଇଦାନରେ ଛାଇ ଯାଇଥିଲା ବିଜେପି । ସେପଟେ ଘରକୁ ଘର ବୁଲି ନିଜ ସମର୍ଥକଙ୍କ ସହ ପ୍ରଚାରରେ ମାତିଥିଲେ ବିଜେଡି ପ୍ରାର୍ଥୀ ସ୍ବରୁପ ଦାଶ ।  ସେହିଭଳି ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ସୁଦାମ ମାରାଣ୍ଡି,  ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମେତ ବିଜେଡିର ଅନେକ ତୁଙ୍ଗ ନେତା ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ବଚ୍ଛ ଶାସନର ଦ୍ବାହି ଦେଇ ବାଲେଶ୍ବରବାସୀଙ୍କ ସମର୍ଥନ ଲୋଡ଼ିଛି ବିଜେଡି ।

ସେପଟେ ତିର୍ତ୍ତୋଲରେ ମଧ୍ୟ ଦେଖିବାକୁ ମିଳିଥିଲା ନିର୍ବାଚନୀ ପ୍ରଚାର ତାତି । ବିରିଡ଼ି ବ୍ଲକରେ ରାଲି କରିବା ସହ ୬ଟି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର ଚଳାଇଥିଲେ ଦଳର ଛାମୁଆ ନେତା । ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଏହି ରାଲିରେ ଦେଖିବାକୁ ମିଳିଥିଲା ।

ସେହିଭଳି ବିରିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଥିଲେ ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା । ତିର୍ତ୍ତୋଲ ଭୋଟର ଆଗାମୀ ଦିନରେ ବିକାଶକୁ ଗୁରୁତ୍ବ ଦେଇ ରାଜନୈତିକ ପଟ୍ଟ ପରିବର୍ତ୍ତନ କରିବେ ବୋଲି କହିଥିଲେ ବିଜେପି ନେତା।

ନଭେମ୍ବର ୩ରେ ଭୋଟ । ତା’ ପୂର୍ବରୁ ନିଜ ନିଜ ସପକ୍ଷରେ ଭୋଟରଙ୍କୁ ମନାଇବାକୁ ପ୍ରୟାସ ଚଳାଇଛନ୍ତି ତିନି ପ୍ରମୁଖ ଦଳ ବିଜେଡି-ବିଜେପି ଆଉ କଂଗ୍ରେସ ।  ଲୋକଙ୍କ ମନରେ ବିଶ୍ବାସ ଭଳିବାକୁ ପ୍ରଚାର ମଇଦାନକୁ ଓହ୍ଲାଇଲେଣି ଦଳର ଷ୍ଟାର କ୍ୟାମ୍ପେନର । ଏମିତିରେ ଜମିବାରେ ଲାଗିଛି ଉଭୟ ବାଲେଶ୍ବର ଓ ତିର୍ତ୍ତୋଲରେ ନିର୍ବାଚନୀ ପ୍ରଚାର ।

   Related Posts