ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ଅଙ୍କ କଷା : ଅଣ୍ଟା ଭିଡିଲେଣି ରାଜନୈତିକ ଦଳ, ରାଜଧାନୀ ଛାଡି ଏବେ ନିର୍ବାଚନମଣ୍ଡଳୀ ମୁହାଁ ନେତାଏ

Published By : Prameya-News7 Bureau | September 13, 2020 IST

ଭୁବନେଶ୍ୱର, ୧୩।୦୯:  ଉପନିର୍ବାଚନ ପାଇଁ ଓଡ଼ିଶାରେ ଆରମ୍ଭ ହେଲାଣି ଭିତିରି  ଅଙ୍କ କଷା।  ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ଲାଗି କମର କଷିଲେଣି ପ୍ରମୁଖ ରାଜନୈତିକ ଦଳ।  ରାଜଧାନୀ ଛାଡି ଏବେ ନିର୍ବାଚନ ମଣ୍ଡଳୀ ମୁହାଁ ହେଲେଣି ନେତାଏ । …..

ଆରମ୍ଭ ହେଲାଣି ସମରସଜ୍ଜା ।  ଅଙ୍କ କଷିଲେଣି ମଙ୍ଗୁଆଳ ।  ତିର୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଉପନିର୍ବାଚନ ଲାଗି ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ବି  ଫିଲଡକୁ ଓହ୍ଲାଇଲେଣି ନେତା । ଇଏ ହେଉଛି  ତିର୍ତୋଲରେ ବିଜେଡି  ବୈଠକର ଦୃଶ୍ୟ ।  ସେପଟେ ବାଲେଶ୍ବରରେ ବି ଦେଖିବାକୁ ମିଳିଛି କଂଗ୍ରେସ ହୋମଓ୍ବାର୍କର ଚିତ୍ର ।  ଉପନିର୍ବାଚନକୁ ନେଇ କସରତ ଆରମ୍ଭ କରିଦେଲେଣି ୩ ପ୍ରମୁଖ ରାଜନୈତିକ ଦଳ। ତିର୍ତେ୍ାଲ ପାଇଁ ଗଠିତ କଂଗ୍ରେସ ଟିମ ୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରି ସିଇସିକୁ ପଠାଇଛି । ବାଲେଶ୍ବର ସଦର ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ନାଁ ଆଗରେ ରହିଛି । ବାଲେଶ୍ବର ଲାଗି ତାରା ବାହିନୀପତିଙ୍କ ନେତୃତ୍ବରେ ଟିମ୍‌ ଗଠନ କରିଛି କଂଗ୍ରେସ । ବିଧାୟକ ସୁରେଶ କୁମାର ରାଉତରାୟ ତିର୍ତୋଲ ଦାୟିତ୍ବରେ ଅଛନ୍ତି ।  ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଏକ ଟିମ ତିର୍ତୋଲ  ଦାୟିତ୍ବ ନେଇଥିବା ବେଳେ ବାଲେଶ୍ବର ଦାୟିତ୍ବ ନେଇଛନ୍ତି   ଗୋଲକ ମହାପାତ୍ରଙ୍କ ଟିମ୍‌ । ଦଳର ପ୍ରାର୍ଥୀ ଚୟନ ଏକ ପ୍ରକାର ଚୂଡାନ୍ତ ହୋଇସାରିଛି ବୋଲି କହିଛି ଦଳ । ଭୋଟ ତାରିଖ ଘୋଷଣା ପରେ ସଂସଦୀୟ ବୋର୍ଡ଼କୁ ପଠାଇ ପ୍ରାର୍ଥୀ ଘୋଷଣା କରାଯିବ । ଦୁଇଟି ଯାକ ଆସନ ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ଉପନିର୍ବାଚନ ହେଉଥିବା ଦୁଇଟି ଆସନରୁ ବାଲେଶ୍ବର ବିଜେପି ହାତରେ ଥିଲା । ତିର୍ତ୍ତୋଲ ହାତେଇଥିଲା ବିଜେଡି । ହେଲେ ଉପନିର୍ବାଚନରେ ଦୁଇଟି ଯାକ ସିଟ ହାତେଇବାକୁ ବିଜେଡି ପୂରା ଦମ୍‌ ଲଗାଇବ । ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ବିଜେଡିର ସ୍ବତନ୍ତ୍ର  ଟିମ ହୋଇଛି । ଦଳର ବାଲେଶ୍ବର ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଏକ ଟିମ କରିଛି ଦଳ ।  ତିର୍ତ୍ତୋଲ ଦାୟିତ୍ବରେ ଦଳର ୫ ଜଣ ହେବିଓ୍ବେଟ ନେତା ଅଛନ୍ତି ।  ତିର୍ତୋଲ ପାଇଁ ବିଜେଡିର ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଆସନ ପାଇଁ ଠିକ ସମୟରେ ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଛନ୍ତି ଦଳୀୟ ନେତା ।

ଉପନିର୍ବାଚନରେ ନିଜ ନିଜ ପ୍ରାର୍ଥୀଙ୍କ ଜିତାପଟକୁ ନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଫୁଲ୍‌ ଦମ୍‌ ଲଗାଇବେ । ଯାହା ପ୍ରାରମ୍ଭିକ ପ୍ରସ୍ତୁତିରୁ ବେଶ୍‌ ସ୍ପଷ୍ଟ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.