ଲୁଟ୍ ଘଟଣାର ପର୍ଦ୍ଦାଫାଶ: ୩ ଜଣଙ୍କୁ ଗିରଫ କଲା ବଲାଙ୍ଗୀର ଟାଉନ୍ ପୋଲିସ୍‌

Published By : Prameya-News7 Bureau | July 20, 2020 IST

ବଲାଙ୍ଗୀର୨୦/୭:  ମାରଣାସ୍ତ୍ର ଦେଖାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍। ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍‌ ବହୁ ଖୋଳତାଡ଼ ପରେ ୩ ଜଣଙ୍କୁ ଗିରଫ କରିଛି। ଏହାସହ ସେମାନଙ୍କଠାରୁ ନଗଦ ୧୨ ହଜାର ଟଙ୍କା , ୨ଟି ବାଇକ୍ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ପୋଲିସ୍।

ଗତ ୧୮ ତାରିଖ ଦିନ ବିଜାଖମନ୍ ନିକଟରେ ହୋଇଥିଲା ଲୁଟ୍। ଅତର୍କିତ ଆକ୍ରମଣ  କରି ଜଗତସିଂପୁର ତିର୍ତ୍ତୋଲ ଗାଁ ର ବିଶ୍ୱଜିତ୍ ସ୍ୱାଇଁଙ୍କ ଠାରୁ ନଗଦ ୧୨ ହଜାର ଟଙ୍କା , ଏକ ଏଟିଏମ୍ କାର୍ଡ, ଆଧାର କାର୍ଡ ସହ ବିଭିନ୍ନ ଜରୁରୀ କାଗଜ ପତ୍ର ଲୁଟି ନେଇଥିଲେ ଦୁର୍ବୃତ୍ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.