ଚାମ୍ବରକୁ ଡାକି ମହିଳାଙ୍କୁ ଅସଦାଚରଣ, ସସ୍ପେଣ୍ଡ ହେଲେ ବଲାଙ୍ଗିର ଉପଜିଲ୍ଲାପାଳ
4/09/2020 at 8:52 PM

ବଲାଙ୍ଗୀର ୦୪।୦୯: ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବନ ହେଲେ ବଲାଙ୍ଗିର ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର। ରାଜ୍ୟ ସରକାର ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଉପ ଜିଲ୍ଲାପାଳଙ୍କୁ ନିଲମ୍ବନ କରିଛନ୍ତି। ଉପ ଜିଲ୍ଲାପାଳଙ୍କ ନିଲମ୍ବନ ନେଇ ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ଚାମ୍ବରକୁ ଡାକି ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ବଲାଙ୍ଗୀର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ନାଁରେ ଜଣେ ବିଧବା ମହିଳା କିରାଣୀ ଜୟଶ୍ରୀ ଖୁଣ୍ଟିଆ ଗୁରୁତର ଅଭିଯୋଗ ଆଣିଥିଲେ। ଉପ ଜିଲ୍ଲାପାଳ ତାଙ୍କ ଅଫିସ କାର୍ଯ୍ୟାଳୟ ଭିତରେ ତାଙ୍କୁ ଡାକି ଅସଦାଚରଣ କରିଥିଲେ ବୋଲି ସିଧାସଳଖ ଅଭିଯୋଗ କରିଥିଲେ।। ଏନେଇ ଗତ ୨୬ ତାରିଖରେ ଜିଲ୍ଲାପାଳ ଓ ଏସପିଙ୍କ ଠାରେ ସେ ଫେରାଦ ହୋଇଥିଲେ। ଡେପୁଟି ଜିଲ୍ଲାପାଳ ସୁଚିତା ପୁଷ୍ପା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସମେତ ୬ଜଣିଆ ତଦନ୍ତକାରୀ ଟିମ ଗଠନ କରାଯାଇଛି ।