Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କୁକୁଡା ଓ ଅଣ୍ଡା ମାଗିବା ପଡିଲା ମହଙ୍ଗା : ସଇଁନ୍ତଳା ଥାନା ଏଏସ୍‌ଆଇଙ୍କୁ ନିଲମ୍ବନ କଲେ ବଲାଙ୍ଗୀର ଏସ୍‌ପି

5/10/2019 at 3:24 PM

ବଲାଙ୍ଗିର ୫।୧୦: ଏବେ ଜନତାଠାରୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଲାଗୁ ହୋଇଛି କଡା କଡି ଆଇନ । ସେହିପରି ସରକାରଙ୍କ ୫-ଟି ଆଇନ ଆସିବା ପରେ ଓଡିଶା ପୋଲିସ ଡିଜି ନିଜେ ନେଉଛନ୍ତି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତ। ତେବେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ଜଗଦୀଶ ମହାନନ୍ଦଙ୍କୁ ମୋ ସରକାର ଯୋଜନାରେ ତାହାର କାର୍ଯ୍ୟକାରିତା ଉପରେ ବିଶୃଙ୍ଖଳା କରାଯାଇଥିବା ଦର୍ଶାଯାଇ ନିଲମ୍ବିତ କରାଯାଇଛି ।

ତେବେ ସଇଁନ୍ତଳା ଥାନା ଅନ୍ତର୍ଗତ ଗୋପୀନାଥ ପଡାର ଆଶିଷ ସାହୁ ସଇଁନ୍ତଳା ଥାନାକୁ  ଅଭିଯୋଗ ନେଇ ଆସିଥିଲେ ଓ ତାଙ୍କ ଦୋକାନରେ କିଣା କିଣିକୁ ନେଇ ହୋଇଥିବା ଝମେଲାକୁ ନେଇ ମାମଲା ରୁଜୁ କରିଥିଲେ। ତେବେ ତାଙ୍କ ସମସ୍ୟାର ସମାଧାନ କରିବାକୁ ଏଏସଆଇ ତାଙ୍କୁ କୁକୁଡା ଓ ଅଣ୍ଡା ମାଗିଥିଲେ ମହାନନ୍ଦ ।

ଗତ ମାସ ୧୨ତାରିଖରେ ଆଶିଷ ଥାନାରେ ଏତଲା ଦେଇଥିବାବେଳେ ତାକୁ ସମାଧାନ ପାଇଁ ଏଏସଆଇ ତାଙ୍କୁ କୁକୁଡା ଓ ଅଣ୍ଡା ଆଣିଲେ ତାଙ୍କ କଥା ଶୁଣା ଯିବ ବୋଲି କହିଥିଲେ। ତେବେ ଏନେଇ କୌଣସି ସୁତ୍ରରୁ ଖବର ପାଇବା ସହ ମୋ ସରକାର ଯୋଜନାରେ ଆଶିଷଙ୍କୁ ପଚରାଉଚୁରା କରାଯାଇଥିଲା। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସଇଁନ୍ତଳା ଥାନା ସହ ଆଶିଷଙ୍କ ଘରକୁ ଜଣେ ଡିଏସପି ତଦନ୍ତ ପାଇଁ ଯାଇଥିଲେ । ତଦନ୍ତ ପରେ ତାଙ୍କୁ ବଲାଙ୍ଗୀର ଏସପି ଏମଏସ ସମ୍ପଦ ନିଲମ୍ବିତ କରିଛନ୍ତି।

   Related Posts