Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭିଏଲଡବ୍ଲୁ କେମିତି ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗୁଛନ୍ତି ଲାଞ୍ଚ ଦେଖନ୍ତୁ ଭିଡିଓ…

11/10/2019 at 12:37 PM

ବଲାଙ୍ଗୀର ୧୧।୧୦: ୨ ଶହ ଦେଲେ, ୨ ହଜାର, ୫ ଶହ ଦେଲେ ୫ ହଜାର ଓ ଏକ ହଜାର ଦେଲେ ମିଳିବ ୧୦ ହଜାର ଟଙ୍କା… ଏଭଳି କିଛି ନିୟମ କରିବା ସହ ଚାଷୀଙ୍କଠାରୁ ଲାଞ୍ଚ ଆଦାୟ କରୁଛନ୍ତି ଭିଏଲଡବ୍ଲୁ । ଏଭଳି ଲାଞ୍ଚ ମାଗୁଥିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ୍ ଭିଏଲଡବ୍ଲୁ ଶୁଭେନ୍ଦୁ ବେହେରା ଏପରି ଲାଞ୍ଚ ମାଗୁଥିବାର ଦେଖିବାକୁ ମିଳିଛି ।  

ସୂଚନାଯୋଗ୍ୟ ଯେ, ଜିଲ୍ଲାର ନାରାୟଣ ଅମାତ ନାମକ ଜଣେ ଚାଷୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ପାଇଁ ସରକାରଙ୍କ ସାହାଯ୍ୟ ଟଙ୍କା ପାଇଁ ଆବେଦନ କରିବାକୁ ଯାଇଥିଲେ । ସେଠାରେ ଭିଏଲଡବ୍ଲୁ ଶୁଭେନ୍ଦୁ ବେହେରା ତାଙ୍କୁ କହିଥିଲେ ଯେ, ଯଦି କ୍ଷତିପୂରଣ ଟଙ୍କା ଶୀଘ୍ର ପାଇବାକୁ ଅଛି ତାହେଲେ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ଏନେଇ ଚାଷୀ ନାରାୟଣ ତାଙ୍କୁ ପଚାରିଥିଲେ କେତେ ଟଙ୍କା ଦେଲେ କେତେ ଟଙ୍କା କ୍ଷତିପୂରଣ ମିଳିପାରିବ ।

ତେବେ ୨ ଶହ ଦେଲ ୨ ହଜାର ଟଙ୍କା, ୫ ଶହ ଦେଲେ ୫ ହଜାର ଟଙ୍କା ଏବଂ ଏକ ହଜାର ଦେଲେ ୧୦ ହଜାର ଟଙ୍କା ମିଳିପାରିବ ବୋଲି ସେ ଉତ୍ତର ଦେଇଥିଲେ । ତେବେ ଏସବୁର ଭିଡିଓ ରେକର୍ଡ କରିବା ପରେ କାମ କରାଇବେ ବୋଲି ଚାଷୀ କହିଥିଲେ ।

ପ୍ରଥମେ ଚାଷୀ ଜଣଙ୍କ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ଭିଲଡବ୍ଲୁ ଶୁଭେନ୍ଦୁ ତାଙ୍କୁ ଘରକୁ କାଗଜପତ୍ର ନେଇକି ଆସିବାକୁ ଡାକିଥିଲେ। ତେବେ ଚାଷୀ ଜଣଙ୍କୁ ପୂର୍ବରୁ ପ୍ରସ୍ତୁତ ହୋଇ ଭିଡିଓ ରେକର୍ଡ କରିଥିଲେ । ଏବେ ଏହି ଭିଡିଓ ଭାଇରାଲ୍ ହୋଇଛି । ଭିଏଲଡବ୍ଲୁଙ୍କ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଥିଲା । ଯାହା ଫଳରେ ଭିଏଲଡବ୍ଲୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ଘଟଣାର ତଦନ୍ତ କରାଯିବା ପରେ ଦୋଷୀ ସାବ୍ୟସ୍ତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

   Related Posts