ବଲାଙ୍ଗିରରେ ଉଦ୍‌ଘାଟିତ ହେବ ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ

Published By : Prameya-News7 Bureau | August 30, 2018 IST

ବଲାଙ୍ଗିର ୩୧|୮:  ଆଜି ବଲାଙ୍ଗିରରେ ଉଦ୍‌ଘାଟିତ ହେବ ସନ୍ଥକବି ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ । ଏହି ମେଡିକାଲ କଲେଜକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ଉଦ୍‌ଘାଟନ ଉତ୍ସବରେ ନୂତନ ଛାତ୍ରଛାତ୍ରୀଙ୍କ ସହ ପ୍ରଫେସର ଓ ଡାକ୍ତର ଏବଂ ଷ୍ଟାଫ୍‌ଙ୍କୁ  ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ ଓ  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା । ଏହି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ ବଲାଙ୍ଗୀର ଜିଲ୍ଲା ସମେତ ନୂଆପଡା, କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ ଆଦି ଜିଲ୍ଲାବାସୀ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.