ବଲାଂଗୀରରେ ଚାଷୀଙ୍କ ଋଣଟଂକା ହଡପ ଅଭିଯୋଗ, ଚିନ୍ତାରେ ଚାଷୀ

Published By : Prameya-News7 Bureau | September 04, 2018 IST

ବଲାଂଗୀର୪|୯:  ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାରଙ୍କର କେତେ କଣ ଯେ।ଜନା । ଚାଷୀଙ୍କୁ ସହାୟତା ପାଇଁ ବିଭିନ୍ନ ଯେ।ଜନାରେ ଋଣ ଦେଉଛନ୍ତି ସରକାର । ହେଲେ ବଲାଙ୍ଗୀରରେ ଋଣ ନେଇ ହନ୍ତସନ୍ତ ହେଉଛନ୍ତି ଚାଷୀ । ଚାଷୀଙ୍କ ଅଜଣାତରେ ସେମାନଙ୍କ  ଆକାଉଣ୍ଟରୁ ଉଠାଯାଉଛି ଟଙ୍କା ।  ଆଉ ପଚାରିବାକୁ ଗଲେ ସାହାଯ୍ୟ ବଦଳରେ ନାଲିଆଖି ଦେଖାଉଛନ୍ତି କର୍ତ୍ତୃପକ୍ଷ ।ଭୂତ ଖାଉଛି ଟଙ୍କା। ଏମିତି କିଛି ଅଭିଯେ।ଗ କରିଛନ୍ତି ବଲାଙ୍ଗୀର ଖପ୍ରାଖେ।ଲ ଅଞ୍ଚଳର ଚାଷୀ । ୧୫ଟି ଗାଁରୁ ଅଧିକ ଚାଷୀ ଚାଷ କାମ ପାଇଁ ଜିଲ୍ଲା ସମବାୟ ବ୍ୟାଙ୍କ  ସେବା ସମବାୟ ସମିତିରୁ ଋଣ ଉଠାଇଥିଲେ । ବିଭିନ୍ନ କିସ୍ତିରେ କିଏ ୫ ହଜାର ତ କିଏ ୧୦ ହଜାର ଆଉ କିଏ ଆବଶ୍ୟକତା ଅନୁସାରେ ୫୦ହଜାର ଋଣ ନେଇଥିଲେ । ହେଲେ ଚାଷୀଙ୍କୁ ୩ରୁ ୪ହଜାର ପର୍ଯ୍ୟନ୍ତ ମିଳିଥିଲା ଟଙ୍କା । ତେବେ ବକେୟା ଅର୍ଥ ବାବଦରେ ପଚାରିବାରୁ ଓଲଟି ନିରିହ ଚାଷୀଙ୍କୁ ମିଳୁଛି ଧମକ୍ । ଏମିତିକି ସେମାନଙ୍କ ଆକାଉଣ୍ଟ ବିଷୟରେ ବି କୌଣସି ତଥ୍ୟ ପାଉନଥିବା କହିଛନ୍ତି ଚାଷୀ ।  ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ବେ କୌଣସି ସୁଫଳ ନମିଳିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେ।ଇଛନ୍ତି ଚାଷୀ।ଧାନ ଓ ପରିବା ଚାଷ ପାଇଁ  ଦୁଇ ବର୍ଷ ହେଲା ବ୍ୟାଙ୍କରୁ ଋଣ କରିଥିଲେ ଚାଷୀ । ତେବେ ଋଣ ଟଙ୍କା ନମିଳିବାରୁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି  । କୌଣସି ସହାୟତା ମିଳୁନଥିବା ବେଳେ ଚାଷୀଙ୍କୁ ଘାରିଛି ପେଟପାଟଣା ଚିନ୍ତା । ପ୍ରଶ୍ନ ଉଠୁଛି ଯେ।ଜନା କାହା ପାଇ ?  ଗରିବ ଚାଷୀଙ୍କ ଅର୍ଥ ହଡପ୍ ପଛରେ କାହାର ହାତ ?  ସ୍ଥାନୀୟ ପ୍ରଶାସନ କରୁଛି କଣ ? ଆଉ ସବୁଠୁ ବଡ କଥା ହେଲା  ଚାଷୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ କେତବେଳେ ଦାୟିତ୍ବ ତୁଲାଇବ ?ଚାଷୀଙ୍କ ଅର୍ଥ ବାବଦରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହି କ୍ୟାମେରା ଆଗରୁ ମୁହଁ ଚୁଲାଇଥିଲେ । ଅନ୍ୟପଟେ ଘଟଣାର ତଦନ୍ତ କରାଯାଇ ତୁରନ୍ତ ଏହାର ସମାଧାନ କରାଯିବ ବେ।ଲି କହିଛନ୍ତି  ଜିଲ୍ଲାପାଳ । ଗରିବ, ଖଟିଖିଆଙ୍କ ପାଇଁ ଅନେକ ଯେ।ଜନା କରୁଛନ୍ତି ସରକାର । ହେଲେ କିଛି ଖାମଖିଆଲି, ସ୍ବାର୍ଥପର ଅଧିକାରୀ ଓ କର୍ମଚାରୀଙ୍କ ଯେ।ଗୁଁ ବାଟବଣା ହେଉଛି ଯେ।ଜନା । ଆଉ ଏହାର ପରିଣାମ ଭେ।ଗୁଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.