Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଜାଗରରେ ମନ୍ଦିରକୁ ଯାଇ ପାରିବେ ନାହିଁ ଭକ୍ତ, କେବଳ ପୂଜକଙ୍କୁ ଅନୁମତି

4/03/2021 at 9:25 PM

ବଲାଙ୍ଗିର, ୦୪/୦୩: ମହାଶିବରାତ୍ରି ପର୍ବ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ କୋଭିଡ୍ ଗାଇଡ ଲାଇନ ଜାରି କରିଛି । ଆସନ୍ତା ୧୧ ତାରିଖ ଦିନ ଶିବାଳୟ ନଯାଇ ନିଜ ପରିବାର ଭିତରେ ପର୍ବ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଜଣାଇ ଦିଆଯାଇଛି । କେବଳ ମନ୍ଦିରରେ ୭ଜଣ ସେବାୟତ ମାସ୍କ୍ ଓ ସାମାଜିକ ଦୂରତା ପାଳନ ସହ ପୂଜା ସମ୍ପନ୍ନ କରିବେ । ବଲାଙ୍ଗୀର ଦେବୋତ୍ତର ବିଭାଗ ତରଫରୁ ଏନେଇ ଗାଇଡ ଲାଇନ ଜାରି କରାଯାଇଛି ।

ଏହି ଗାଇଡ୍‌ଲାଇନ୍‌ ଅନୁସାରେ, ବଲାଙ୍ଗିର୍‌ ସହର ସମେତ ଉପଖଣ୍ଡ ସ୍ଥିତ ଶିବ ମନ୍ଦିରର କମିଟି ସଦସ୍ୟ, ପୃଷ୍ଠ ପୋଷକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ କରୋନାକୁ ଦୃଷ୍ଟିରେ ରଖି ଏହି ନିୟମ ମାନି ଚଳିବାକୁ କୁହାଯାଇଛି ।

ଜାଗର ଦିନ ବିନା ନିଡ଼ାରମ୍ବରେ ଏବଂ ବିନା ଭକ୍ତ ସମାବେଶରେ କେବଳ ବିଧି ରକ୍ଷା ନିମିତ୍ତ ପୂଜକ ମାନେ ମନ୍ଦିର ପରିସରକୁ ଯାଇ ପୂଜା କରିପାରିବେ ବୋଲି ଏଥିରେ କୁହାଯାଇଛି । ଘରେ ଭକ୍ତମାନେ ରହି ସୁରକ୍ଷିତ ପୂଜା କରିବାକୁ ପ୍ରଶାସନ ଜନ ସାଧାରଣଙ୍କୁ ନିବେଦନ କରିଥିବା ଏଥିରେ ଉଲ୍ଲେଖ ରହିଛି ।  

   Related Posts