ଆଦିବାସୀ ସମ୍ପ୍ରଦାୟକୁ ସ୍ବତନ୍ତ୍ର ଧର୍ମ ମାନ୍ୟତା ଦାବି : ବଲାଙ୍ଗୀର ଆଦିବାସୀ ମହାସଂଘର ଆନ୍ଦୋଳନ

Published By : Prameya-News7 Bureau | November 25, 2020 IST

ବଲାଙ୍ଗୀର ୨୫।୧୧: ବଲାଙ୍ଗୀର ଜିଲ୍ଲାରେ ତାତିଲେ ଆଦିବାସୀ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାରେ କଲେ ବିକ୍ଷୋଭ ପ୍ରଦର୍ଶନ । ଆଦିବାସୀ ଉପରେ ଅତ୍ୟାଚାର ବଢି ଚାଲିଥିବା ବେଳେ ସେମାନଙ୍କୁ ନ୍ୟାୟ ମିଳିପାରୁ ନାହିଁ । ଆଦିବାସୀ ସମ୍ପ୍ରଦାୟକୁ ଏକ ସ୍ବତନ୍ତ୍ର ଧର୍ମ ଭାବରେ ରାଜ୍ୟ ସରକାର ମାନ୍ୟତା ଦେବା ସହ ଏକ କ୍ଲଜ୍ ତିଆରି କରିବା ପାଇଁ ଦାବି କରିଛି ଜିଲ୍ଲା ଆଦିବାସୀ ସଂଘ ।

{"id":367441,"sizeSlug":"large"}

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସରକାର ଆଦିବାସୀ ଧର୍ମକୁ ମନ୍ୟତା ଦେବା ସହ ତାହା ଓଡିଶାରେ ମଧ୍ୟ କରାଯିବାକୁ ଦାବି ହୋଇଛି । ଏହାସହ କରୋନା କାଳରେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ପାଠପଢା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ସେମାନଙ୍କୁ ମୋବାଇଲ୍ ଫୋନ୍ ପ୍ରଦାନ କରିବା, ପିଲାମାନଙ୍କ ପାଠପଢାରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ଏକ ପ୍ୟାକେଜ ଘୋଷଣା କରିବା ପାଇଁ ଦାବି କରିଛି ସଂଘ ।

{"id":367442,"sizeSlug":"large"}

ଏନେଇ ୨୫ ଦଫା ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରିଛି ସଂଘ । ଏନେଇ ୨୫ ଦଫା ଦାବିଗୁଡିକୁ ତୁରନ୍ତ ପୁରଣ କରିବା ସହ ସେ ଦିଗରେ ଉଭୟ ସରକାର ଧ୍ୟାନ ନଦେଲେ କିମ୍ବା ପୁରଣ ନ କଲେ ଆନ୍ଦୋଳନ ସମଗ୍ର ରାଜ୍ୟର ୩୦ ଜିଲ୍ଲାରେ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । ଏହାସହ ଟିଟିଲାଗଡ ଆଇଆଇସି ଓ ଜିଲ୍ଲା ଏସପିଙ୍କ ବଦଳି ଦାବି କରିଛି ଆଦିବାସୀ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.