ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ

Published By : Prameya-News7 Bureau | September 28, 2021 IST

ନିମାପଡା, ୨୮|୦୯: ବଳଙ୍ଗା ଥାନାରେ ବିସ୍ଫୋରଣ । ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ସୋମବାର ବିଳମ୍ବିତ ରାତ୍ରରେ ବିସ୍ଫୋରଣ ହୋଇଛି । ଏଥିରେ ଥାନାର ଅନେକ ଆସବାବପତ୍ର ପୋଡି ଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ସୋମବାର ରାତି ପ୍ରାୟ ୩ଟା ବେଳେ ବିସ୍ଫୋରଣ ଘଟିଥିଲା । ତେବେ ଏହାର କାରଣ ଜଣାପଡିନାହିଁ । ସେହି ସମୟରେ ଥାନାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । କେବଳ ଥାନା ବାହାରେ ଜଣେ କନଷ୍ଟେବଳ ଡ୍ୟୁଟି କରୁଥିଲେ । ବିସ୍ଫୋରଣରେ ଥାନାର କାନ୍ଥ ମଧ୍ୟ ଫାଟି ଯାଇଥିବା ଦେଖିବାକୁ ମିଳିଛି ।

ବିସ୍ଫୋରଣର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ପିପିଲି ଏସଡିପିଓଙ୍କ ସମେତ ପୁରୀ ଏସପି ପହଞ୍ଚିଥିଲେ । କେହି ଆହତ ହୋଇ ନ ଥିଲେ ମଧ୍ୟ ଆଖ ପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.