ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସ୍ଆ‌ଇ ଗିରଫ, ମାମଲାର ତଦନ୍ତ କରିବେ ପିପିଲି SDPO

Published By : Prameya-News7 Bureau | January 03, 2020 IST

ପିପିଲି ୩।୧: ଥାନାକୁ ନ୍ୟାୟ ପାଇଁ ଆସିଥିବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁରୀ ଜିଲ୍ଲାବଳଙ୍ଗା ଥାନା ଏଏସ୍ଆ‌ଇ ଚିତ୍ତରଞ୍ଜନ ଦାସଙ୍କୁ ଶୁକ୍ରବାର ସନ୍ଧ୍ୟାରେ  ଗିରଫ କରାଯାଇଛି । ମାମଲାର ତଦନ୍ତଭାର ପିପିଲି ଏସ୍‌ଡିପିଓଙ୍କୁ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ପାରିବାରିକ ବିବାଦ ସମାଧାନ ଆଶା ଦେଖାଇ ନିଜ କ୍ଵାର୍ଟରକୁ ଡାକି ମହିଳାଙ୍କୁ ବଳଙ୍ଗା ଥାନା ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । କିଛି ଦିନ ହେବ ପୀଡିତା ମହିଳାଙ୍କର ପାରିବାରିକ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ମାମଲାର ସମାଧାନ କରିଦେବା ପାଇଁ ନିଜ କ୍ବାର୍ଟରକୁ ପୀଡିତା ମହିଳାଙ୍କୁ ଡାକିଥିଲେ ଥାନା ଏଏସଆଇ । ତେବେ ସେଠାରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପିପିଲି ଏସଡିପିଓଙ୍କ ନିକଟରେ ମହିଳା ଜଣଙ୍କ ଅଭିଯୋଗ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.