ବାଲାଜୀ ଶ୍ରୀବାସ୍ତବ ହେଲେ ଦିଲ୍ଲୀର ନୂଆ ପୋଲିସ କମିଶନର, ପଦବୀର ଲୁକଆଫ୍ଟର ଦାୟିତ୍ୱରେ ନିଯୁକ୍ତ

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲୀ ୨୯।୬: ବରିଷ୍ଠ ଆଇପିଏସ୍ ଅଫିସର ତଥା ସ୍ୱତନ୍ତ୍ର ଭିଜିଲାନ୍ସ କମିଶନର  ବାଲାଜୀ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସର ନୂଆ କମିଶନର ନିଯୁକ୍ତ ହୋଇଛନ୍ତି।  ବର୍ତ୍ତମାନ ଲାଗି ତାଙ୍କୁ ପଦବୀର ଲୁକ୍ ଆଫ୍ଟର ଚାର୍ଜ ଦିଆଯାଇଛି। ଏହି ପଦବୀରେ ଅବସ୍ଥାପିତ ଏସ.ଏନ.ଶ୍ରୀବାସ୍ତବ ଜୁନ ୩୦ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିବେ। ଏଣୁ ତାଙ୍କ ଅବସରରେ ସୃଷ୍ଟି ହେବାକୁ ଯାଉଥିବା ରିକ୍ତ ସ୍ଥାନର ଦାୟିତ୍ୱ ବାଲାଜୀ ତୁଲାଇବେ।

wp:embed {"url":"https://twitter.com/ANI/status/1409826065166471176","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1409826065166471176
/wp:embed

ଏସ.ଏନ.ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ହୋଇପାରେ ବୋଲି ଆଶା କରାଯାଉଥିଲା। ତେବେ ସରକାର ଏହାକୁ ସ୍ୱୀକୃତି ଦେଇ ନଥିବା ବାଲାଜୀଙ୍କ ନିଯୁକ୍ତି ପରେ ସ୍ପଷ୍ଟ ହୋଇଯାଇଛି। ୧୯୮୮ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ପୂର୍ବରୁ ପୁଡୁଚେରୀ ପୋଲିସର ମହାନିର୍ଦ୍ଦେଶକ ଅବସ୍ଥାପିତ ଥିଲେ। ଏହା ଛଡା ଇଣ୍ଟେଲିଜେନ୍ସୀରେ ସ୍ୱତନ୍ତ୍ର କମିଶନର ମଧ୍ୟ ଅବସ୍ଥାପିତ ଥିଲେ। ଅତୀତରେ ବାଲାଜୀ ପୂର୍ବ ଦିଲ୍ଲୀ ଡିସିପି ମଧ୍ୟ ଥିଲେ। ବାଲାଜୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ବାଲାଜୀଙ୍କୁ ଦିଲ୍ଲୀ ପୋଲିସ କମିସନର ପଦବୀର ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.