Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପାଞ୍ଚ ଦିନ ପରେ ଅପହୃତ ଉଦ୍ଧାର, ବାଲାଜୀ- ଶିବାଜୀ ଗିରଫ…

12/03/2020 at 8:45 PM

ବ୍ରହ୍ମପୁର୧୨/୩: ଯୁବକଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ରଖି ଟଙ୍କା ଦାବି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ୍। ଗତ ୭ ତାରିଖରେ ଏହି ଅପହରଣ ଘଟଣା ବ୍ରହ୍ମପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସୁବାଶିଷ ପାତ୍ର ନାମକ ଜଣେ ଯୁବକଙ୍କୁ ଗତ ୭ ତାରିଖରେ ଅପହରଣ ନେଇଥିଲେ ଦୁର୍ବୃତ୍ତ। ସେମାନେ ସୁବାଶିଷଙ୍କୁ ଅଟକ ରଖି ତାଙ୍କ ପରିବରଠାରୁ ୩ ଲକ୍ଷ ୪୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେବା ପର୍ଯ୍ୟନ୍ତ ସୁବାଶିଷ ମୁକ୍ତ ହେବେ ନାହିଁ ବୋଲି କହି ଦୁର୍ବୃତ୍ତମାନେ ତାଙ୍କ ପରିବାରକୁ ଧମକ ଦେଇଥିଲେ। ଏ ନେଇ ସୁବାଶିଷଙ୍କ ପରିବାର ପୋଲିସ୍‌ରେ ଅଭିଯୋଗ କରିଥିଲେ।

ପୋଲିସ୍‌ ଘଟଣାର ତଦନ୍ତ କରି ଅପହରଣକାରୀଙ୍କ ପାଖରେ ପହଞ୍ଚିବାରେ ସମର୍ଥ ହୋଇଥିଲା। ସୁବାଶିଷଙ୍କୁ ଅପହରଣ କରିଥିବା ଘଟଣାରେ ୨ ଜଣ ଯୁବକଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ବାଲାଜୀ ବେହେରା ଏବଂ ଶିବାଜୀ  ବେହେରା ।

ଏହି ଦୁଇଜଣ ଯୁବକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ସୁବାଶିଷଙ୍କୁ ଅପହରଣ କରି ନେଇଥିଲେ। ଏବଂ ମୁଣ୍ଡ ଜାମିନ ରଖି ତାଙ୍କ ପରିବାରଠାରୁ ଟଙ୍କା ଦାବି କରିଥି​‌ଲେ। ପୋଲିସ୍ ଅପହୃତ ସୁବାଶିଷଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣକାରୀ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। କିନ୍ତୁ ଅପହରଣର ରହସ୍ୟ ଏବଂଅପହରଣକାରୀ ଏତେ ପରିମାଣର ଟଙ୍କା କାହିଁକି ଦାବି କରୁଥିଲେ, ତାହା ସ୍ପଷ୍ଟ ହୋଇ ନାହିଁ। ଅପହରଣ ପଛରେ ଆଉ କିଛି କାରଣ ଏବଂ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

   Related Posts